ଗୁଣପୁର, (ସିଦ୍ଧାର୍ଥ ଦାସ) ଗୁଣୁପୁର ତା 12,09,2022ରିଖ ଅପରାହ୍ନ 04,00 ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରାଙ୍କ ଅଧ୍ୟକ୍ଷତାରେ ଗୁଣପୁର ପୋୖରାଧକ୍ଷ। ଶ୍ରୀମତୀ ମମତା ଗୌଡ଼ଙ୍କ ଅତିଥ୍ୟରେ ଗୁଣପୁର ସହରରେ ଅହିଂସା ରଥ ପରିକ୍ରମା ସମୟରେ ଉତ୍ସସିତ ସମ୍ୱର୍ଦ୍ଧନ ଜ୍ଞାପନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥଲ । ଅଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ବାହାରି ଥିବା ଅହିଂସା ରଥ ଆସନ୍ତା ତା 19,09,2022ରିଖ ଦିନ 11,00ଘଟିକା ସମୟରେ ଗୁଣପୁର ପହଁଚିବ । ପ୍ରଥମେ ସୌରାପ୍ରଧାନୀଗୁଡା ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ସେବା ସମାଜ, ବାଳିକା ଉଚ୍ଚ ବିଦ୍ୟାଳୟ, ପୁରୁଣା ବସ ଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି, ହଳଦିଆ ନାଳ ଚକ, ନୂଆ ବସ ଷ୍ଟାଣ୍ଡ, ଅକ୍ସୀସ ବ୍ୟାଙ୍କ ଛକ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗୁଣପୁର କଲେଜ ଓ ଜିଆଇଇଟି ପ୍ରଭୃତି ରଥ ପରିକ୍ରମା କରି ପଦ୍ମପୁର ଅଭିମୁଖେ ଯାତ୍ରା କରିବ । ପ୍ରତ୍ୟେକ ଛକରେ ଉତ୍ସସିତ ସମ୍ୱର୍ଦ୍ଧନା ଜ୍ଞାପନ କରିବା ନିମନ୍ତେ ସମ୍ପୃକ୍ତ ଅନୁଷ୍ଠାନ ମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ସହରର ସମସ୍ତ ବ୍ୟାଙ୍କ, ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ହୋର୍ଡି, ବ୍ୟାନର ଆଦି ଲଗାଇବା ନିମନ୍ତେ ନିବେଦନ କରାଯାଇଥିଲା । ସମସ୍ତ କାଉନସିଲର ସେମାନଙ୍କ ୱାର୍ଡ ଛକରେ ରଥକୁ ସମ୍ୱର୍ଦ୍ଦିତ କରିବା ନିମନ୍ତେ ଅନୁରୋଧ କରାଗଲା ।
ଗୁଣପୁର ଉପଖଣ୍ଡ ନିମନ୍ତେ ଗୁଣପୁର ଉପ ଜିଲ୍ଲାପାଳ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ରହିବ। ବେଳେ ଗୁଣପୁର ପୌର ପରିଷଦ ନିମନ୍ତେ ପୋୖରାଧକ୍ଷାଙ୍କ ପୌରହିତରେ କାର୍ଯ୍ୟକ୍ରମ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ଗୁଣପୁର ପୌର ପରିଷଦର ଉପାଧ୍ୟକ୍ଷଙ୍କୁ କାର୍ଯ୍ୟକ୍ରମ ସରସ, ସୁନ୍ଦର, ଓ ଆକର୍ଷନୀୟ କରିବା ନିମନ୍ତେ ଦାୟିତ୍ୱ ଅର୍ପଣ କରାଗଲା । ମହା ବିଦ୍ୟାଳୟ, ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯେପରି ଅଂଶ ଗ୍ରହଣ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୁଣପୁରଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଆଜିର ଏହି ବୈଠକରେ ଗୁଣପୁର ତହସିଲଦାର, ପୌର ପରିଷଦ ନିର୍ବାହୀ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଉଠା ଜଳ ସେଚନ, ଆଇଆରବି ଉପ ଦୁର୍ଗପତି, ପୌର ପରିଷଦର ଉପାଧ୍ୟକ୍ଷ, ଗୁଣପୁର ବ୍ଲକର ଉପାଧ୍ୟକ୍ଷ, ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧକ୍ଷା, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସ୍ୱତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ବେଚ୍ଛାସେବୀ ଅକ୍ଷୟ ଦାସ, ଆଶା ସଂସ୍ଥାର ଗୌରୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ସଯୋଜନା କରିଥିବା ବେଳେ ଅନନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।