ଡ୍ରେନ୍ ବ୍ୟବସ୍ଥା ନଥିବା ଯୋଗୁଁ ବିପଦ ଶଙ୍କୁଳ ଅବସ୍ଥା ରେ ଶ୍ମଶାନ ରାସ୍ତା

ରାଜଗାଙ୍ଗପୁର,୧୩/୦୯(ମନୋଜ ଭୋଳ) :- ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହର ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୮ ଲିପି ଲୋଇ ପାନ ପଡ଼ା ରେ ବସବାସ କରୁଥିବା ତନ୍ତୀ ସମାଜ ର ଏକ ଶ୍ମଶାନ ରହି ଅଛି ।ଯାହା ବହୁ ପୁରାତନ ହୋଇଥିବା ବେଳେ ବର୍ତ୍ତମାନ ଶ୍ମଶାନ କୁ ଯିବାକୁ ଥିବା ରାସ୍ତା ଟି ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ରହିଛି ।ଏହାକୁ ନେଇ ବାରମ୍ବାର ପଡ଼ା ବାସି ଅଭିଯୋଗ କଲେ ମଧ୍ୟ ଏ ଦିଗରେ କାହାର ଦୃଷ୍ଟି ପଡୁନାହିଁ ।କଥାରେ ଅଛି ଶ୍ମଶାନ ହେଉଛି ମନୁଷ୍ୟ ର ଶେଷ ଠିକଣା । ନିଜର ଆତ୍ମୀୟ ମାନଙ୍କ ଦେହାନ୍ତ ହେଲେ ବହୁ ପୁରାତନ ସମୟ ରୁ ଏହି ସମାଜ ର ଲୋକ ମାନେ ଏହି ଶ୍ମଶାନ ରେ ନିଜ ଆତ୍ମୀୟ ଙ୍କ ଅନ୍ତିମ କ୍ରିୟା କରିଥାନ୍ତି ।ହେଲେ ବର୍ତ୍ତମାନ ଏହି ଶ୍ମଶାନ କୁ ଯିବାକୁ ଥିବା ରାସ୍ତା ଟି ଏପରି ହୋଇ ପଡ଼ିଛି ଯାହା ବର୍ତ୍ତମାନ ବିପଦ ସଙ୍କୁଳ ସାଜିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ତନ୍ତୀ ସମାଜ ର ଏହି ଶ୍ମଶାନ କୁ ଯିବାକୁ ଥିବା ରାସ୍ତା ରେ ସେଠାରେ ରହୁଥିବା ଲୋକ ମାନେ ଡ୍ରେନ ବ୍ୟବସ୍ଥା ନଥିବା ଫଳରେ ରାସ୍ତା ରେ କୁତ୍ରୀମ ଡ୍ରେନ କରି ପାଣି ଛାଡୁଥିବା ବେଳେ ବର୍ତ୍ତମାନ ଉକ୍ତ ରାସ୍ତା ଟି ସମ୍ପୂର୍ଣ ରୂପେ ମାଟି କାଦୁ ଅ ରେ ଭରି ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି ।

ଏମିତି କି ଏହି ବାଟ ଦେଇ ଲୋକ ମାନ ଙ୍କ ଯିବା ଆସିବା ମଧ୍ୟ କଷ୍ଟ କର ହୋଇ ପଡ଼ିଛି ।ଗତ କିଛି ଦିନ ତଳେ ଏହି ସମାଜ ର ଜଣଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କୁ ବହୁ କଷ୍ଟ ରେ ଶ୍ମଶାନ କୁ ନିଆଯାଇଥିବା ଜଣା ପଡ଼ିଛି ।ଏଣୁ ଏଠାକାର ପଡ଼ା ବାସିନ୍ଦା ଏହାକୁ ନିନ୍ଦା କରିବା ସହ ଏହାର ବିରୋଧ ମଧ୍ୟ କରିଥିଲେ ।ଏହା ସହ ଏଠାରେ ଡ୍ରେନ ବ୍ୟବସ୍ଥା ନଥିବା ଯୋଗୁଁ ଏପରି ହୋଇଥିବା ବେଳେ ସେମାନେ ୱାର୍ଡ ମେମ୍ବର କୁ ଜଣାଇବା ସହ ପୌର ଅଧକ୍ଷା ଙ୍କୁ ମଧ୍ୟ ଜଣାଇଥିଲେ ।ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାହାରି ଦେଖା ନଥିବା ଦେଖିବାକୁ ମିଳିଛି ।ଆଜି କାଲି ରେ ଚାଲିଛି ।ଏଣୁ ପଡ଼ା ବାସିନ୍ଦା ଙ୍କ ମଧ୍ୟରେ ବିତୃଷ୍ନା ଭାବ ପରି ଲିଖିତ ହୋଇଛି ।