ଗୁଣୁପୁର, (ସିଦ୍ଧାର୍ଥ ଦାସ) ଆଜି ରାୟଗଡା ଜିଲ୍ଲା ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁର ରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଯଥାରୀତି ପାଳନ ହୋଇଯାଇଛି । ଜଗତ୍ ଗୁରୁ ଲୀଳାମୟ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜନ , ଝୁଲଣ ଓ ଦଧିହାଣ୍ଡି ଭଗ୍ନ କାର୍ଯ୍ୟ ମହାଆଡମ୍ଵର ରେ ଅନୁଷ୍ଠିତ ହୋଇଥିଲା ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଙ୍କ ତତ୍ତ୍ଵାବଧାନ ତଥା ସଂପାଦକ ଶ୍ରୀ ସୋମନାଥ ଗୌଡ , ସଭାପତି ଶ୍ରୀ ବି ଗଜପତି ରାଓ , ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ ।
ଅନୁଷ୍ଠାନର ଉପ-ସଭାପତି ଶ୍ରୀ ମୀନକେତନ ପଣ୍ଡା ଓ ତାଙ୍କ ସହ ଧର୍ମିଣୀ ପୂଜାରେ କର୍ତ୍ତା ଭାବେ ଉପବେସନ କରିଥିଲେ । ଶିଶୁ ପ୍ରାରମ୍ଭ ଠାରୁ ୨଼ୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନେ ଶ୍ରୀକୃଷ୍ଣ , ବଳରାମ , ରାଧା ଓ ଯଶୋଦା ଇତ୍ଯାଦି ବେଶରେ ସଜ୍ଜିତ ହୋଇ ରାଧାକୃଷ୍ଣ ମନ୍ଦିର ଦର୍ଶନ କରି ସ୍ଥାନୀୟ ଗ୍ରାମଦେବୀ ମନ୍ଦିର ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ବାହାରିଥିଲେ । ବେଶଧାରୀ ସମସ୍ତ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ୧ମ ରୁ ୧୦ମ ଶ୍ରେଣୀ ଶିଶୁ ମାନଙ୍କ ମଧ୍ୟରେ ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା ଯାହା କି ବେଶ୍ ଚିତ୍ତାକର୍ଷକ ହୋଇଥିଲା