ଢେଙ୍କାନାଳ,୨୩/୦୬ (ଶୁଭମ ପାଣି) : ଢେଙ୍କାନାଳ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉଠା ଦୋକାନି ମାନେ ଏକ ଦାବିପତ୍ର ଜିଲ୍ଲାପାଳକୁ ପ୍ରଦାନ କରିଛନ୍ତି। ସେମାନଙ୍କ କହିବା ମୁତାବକ ସେମାନେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଆଗରେ ଦିର୍ଘ ଦିନ ହେଲା ଦୋକାନ କରି ନିଜର ଭରଣ ପୋଷଣ କରିଥାନ୍ତି । କିନ୍ତୁ ତାଙ୍କୁ ମୁନିସ୍ ପାଲଟି ଅଫିସ୍ରୁ ନୋଟିସ୍ ଆସିଛି ଯେ ତୁରନ୍ତ ସେ ଜାଗା ଖାଲି କରିବା ପାଇଁ କାରଣ ସେ ରାସ୍ତାରେ ଲୁହା ବାଡ ଦିଆଯିବ । ଲୁହା ବାଡ ଦେବା ଫଳରେ ଦୋକାନ ପ୍ରଭାବିତ ହେବ । ସେଥିପାଇଁ ତାଙ୍କର ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି । ଯଦି ପର୍ଯ୍ୟନ୍ତ ତାଙ୍କର ଥାଇ ଥାନ ନ କରାଯାଏ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । । ସେମାନେ ସେ ଜାଗାକୁ ଛାଡିନେ ନାହିଁ ।
ଆଜି ଜିଲ୍ଲା ପାଳଙ୍କୁ ଭେଟି ଏକ ପତ୍ର ମାଧମରେ ଚନ୍ଦ୍ରକାନ୍ତ ସାହୁ, ସୁଶାନ୍ତ କୁମାର, ସୁବାଷ ଗୁରୁ,ମାୟାଧର ମାଲିକ ଓ ଅନ୍ୟାନ୍ୟ ଦୋକାନ ମାନେ ଜଣାଇଛନ୍ତି ।