ମାନନୀୟ
ଶ୍ରୀଯୁକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଢେଙ୍କାନାଳ
ବିଷୟ- ସର୍ବସାଧାରଣଙ୍କ ଦୀର୍ଘଦିନ ର ଦାବି ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ କରାନଯିବା ସଂକ୍ରାନ୍ତେ ।
ମହାଶୟ,
୨୦୨୦ମସିହାରୁ ଗୁଣଦେଇ ଗ୍ରାମପଞ୍ଚାୟତ ଅଧିବାସୀ ଅବଗତ ହେଲେ ଯେ, ଜାତୀୟ ରାଜପଥ-୫୫ ର ସଂପ୍ରସାରଣ କାର୍ଯ୍ୟ ସହିତ ହାତୀ ମାନଙ୍କର ଗତାଗତ ପାଇଁ ଗଇଲୋ ବନ୍ଧ୍ୟାଣ୍ଡରେ ସୁଡ଼ଙ୍ଗ ନିର୍ମାଣ କରାଯିବ । ବନବିଭାଗୀୟ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରାଯାଇ ଅବଗତ ହେଲୁଯେ, ଜିଲ୍ଲା ବନବିଭାଗ କର୍ମଚାରୀ ୨୦୧୭ ମସିହାରେ ଜିପିଏସ୍ ଟ୍ରାକିଙ୍ଗ ର ସୂଚନା ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ଦେବାରୁ ୨୦୧୮ରେ ସୁଡ଼ଙ୍ଗ ନିର୍ମାଣର ଯୋଜନା ପ୍ରସ୍ତୁତ କରାଯାଇ ୨୦୨୦ରେ କାମ କରିବା ପାଇଁ ମନୋନୀତ ଠିକାଧାରୀଙ୍କୁ ଦାୟିତ୍ୱ ଦିଆଗଲା । ଏ ସଂକ୍ରାନ୍ତରେ ପଞ୍ଚାୟତବାସୀଙ୍କର କ୍ଷୟକ୍ଷତି, ଜଟିଳତା, ଅସୁବିଧା ଗୁଡ଼ିକୁ ବନକର୍ମଚାରୀଙ୍କ ଦୂରଦୃଷ୍ଟି ଅଭାବ ହେତୁ ଆକଳନ କରାନଯାଇ କିମ୍ବା ଜନସାଧାରଣ, ଜନପ୍ରତିନିଧି, ପ୍ରଶାସନ କାହାକୁ ନଜଣାଇ ଅବା ଜନଶୁଣାଣି କରାନଯାଇ ଏକକ ନିଷ୍ପଭି ନେଇ ଅଞ୍ଚଳବାସୀଙ୍କ ପାଇଁ ବହୁ କ୍ଷତିର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଏହାର ପ୍ରତିବାଦ ସ୍ଵରୂପ ପଞ୍ଚାୟତବାସୀ ଆଞ୍ଚଳିକ ବିରୋଧୀମଞ୍ଚ ଗଠନ କରି ୨୦୨୦ ମସିହାରୁ ବିଭିନ୍ନ ସମୟରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ, ବିଧାୟିକା, ସାଂସଦଙ୍କୁ , ରାଜ୍ୟ ସ୍ତରରେ PCCF(WL) । ମୁଖ୍ୟମନ୍ତ୍ରୀ,ଜଙ୍ଗଲ ବିଭାଗ ମନ୍ତ୍ରୀ, ଖଣି ମନ୍ତ୍ରୀ, ସରକାରଙ୍କ ଦ୍ବାରା ଗଠିତ ବନ ବିଭାଗ କମିଟି ସଦସ୍ୟଙ୍କୁ ଏବଂ କେନ୍ଦ୍ର ସ୍ତରରେ ଜାତୀୟ ରାଜପଥ ପ୍ରାଧିକରଣ ମନ୍ତ୍ରୀ, ତତ୍କାଳୀନ ପେଟ୍ରୋଲିୟମ ତଥା ବର୍ତ୍ତମାନର ଶିକ୍ଷା ବିଭାଗ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଦଳୀୟ ପ୍ରବକ୍ତାଙ୍କୁ ବାରମ୍ବାର ଲିଖିତ, ମୌଖିକ ଏବଂ ସାକ୍ଷାତକାରରେ ଅଭିଯୋଗ କରି ଆସିଛନ୍ତି । ଏହାଦ୍ୱାରା ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ରହିଛି । ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମହୋଦୟ ପଞ୍ଚାୟତବାସୀଙ୍କ ଅସୁବିଧା ଗୁଡିକୁ ଉପଇକ୍ କରି ୨୯/୧୧/୨୦୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ମହାଶୟଙ୍କୁ ପଞ୍ଚାୟତବାସୀଙ୍କ ଅସୁବିଧା ଗୁଡ଼ିକ ଜଣେ ଇବାରୁ ମନ୍ତ୍ରୀ ମହୋଦୟ “I am having the matter looked In to” ଲେଖି ଉତ୍ତର ଦେଇଥିଲେ । ସେହିପରି ଜିଲ୍ଲାର DDCMC-DISHA ମିଟିଂ ୧୦.୧୧.୨୦୨୦ରେ ଚେୟାର ପରସନ ସାଂସଦ ମହୋଦୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଗଣ, ଦିଶାର ସମସ୍ତ ସଦସ୍ୟଗଣ ଏପରିକି ସୁଡ଼ଙ୍କ ନିର୍ମାଣ ସହିତ ଜଡ଼ିତDFO, PD-NHAI ଉପସ୍ଥିତ ଥାଇ ଚେୟାର ପରସନ ନିର୍ଦେଶ ଦେଇଥିଲେ ଯେ Not to construct the 34 passway mean for elephant corrider in Gailo-Gunadel Road unless pnor approval of collector and chairman of DISHA, Dhenkanal.
ସୁଡ଼ଙ୍ଗ ନିର୍ମାଣଦ୍ଵାରା ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଥିବାରୁ ବାରମ୍ବାର ଏ ସଂକ୍ରାନ୍ତରେ ସରକାର ତଥା ସରକାରଙ୍କ ଅଧିକାରୀ ମାନଙ୍କୁ ଜଣାଇ ଆସୁଅଛୁ । ଏପରିକି ନିର୍ଣୟାତ୍ମକ ସୁଡ଼ଙ୍ଗ ନିର୍ମାଣର ଅନତି ଦୂରରେ ପ୍ରଶାସନ ଦ୍ବାରା ୭୨ଜଣ ଭୂମିହୀନ, ଆଦିବାସୀ, ହରିଜନ ପ୍ରଜାଙ୍କୁ ବାସଗୃହ ନିମନ୍ତେ ଜମିପଟ୍ଟା ପ୍ରଦାନ କରାଯାଇଅଛି । ଓଡ଼ାପଡ଼ା ତହସିଲଦାରଙ୍କୁ ଜମି ଚିହ୍ନଟିକରଣ ନିମନ୍ତେ ବାରମ୍ବାର ଦରଖାସ୍ତ ଭୂମିହୀନ ପ୍ରଜାଙ୍କ ଦ୍ବାରା ଦିଆଯାଇଥିଲେ ହେଁ ଘୋର ଅବହେଳା ହେତୁ ଅଦ୍ୟାବଧି ଜମି ଚିହ୍ନଟିକରଣ କରାଯାଉନାହିଁ । ଯଦ୍ବାରା ପ୍ରଜାମାନେ ପ୍ରଧାନମନ୍ତ୍ରୀ ଗୃହଯୋଜନାରେ ସାମିଲ ହୋଇ ମଧ୍ୟ ଘର ତିଆରି କରିପାରୁ ନାହାଁନ୍ତି । ଏଥି ସହିତ ହାଟ, ଦୈନିକ ବଜାର, ସ୍କୁଲ-କଲେଜକୁ ଛାତ୍ର-ଛାତ୍ରୀଙ୍କ ଯାତାୟତ, ରେଳଷ୍ଟେସନକୁ ଗମନାଗମନ, ଦୈନଦିନ ଶହଶହ ଶ୍ରମଜୀବୀଙ୍କର ଗଇଲୋ ବଣ୍ଡ ରୁ ଯାତାୟତ, ଛୋଟ ବ୍ୟବସାୟୀ ମାନଙ୍କର ବ୍ୟବସାୟ ଗୁଡ଼ିକ ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ପ୍ରକାଶଯୋଗ୍ୟ ଯେ-ଗଇଲୋ ବଣ୍ଡର ଉଭୟ ପାର୍ଶ୍ବର ଦୁଇ କିଲୋମିଟର ବ୍ୟବଧାନରେ ରସା ସିଂହ ଏବଂ
ରତ୍ନପ୍ରଭା (ପୋଡ଼ାପଡ଼ା) ଠାରେ ଦୁଇଟି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।
ଚାରି କିଲୋମିଟର ବ୍ୟବଧାନରେ ଆଉଗୋଟିଏ ସୁଡ଼ଙ୍ଗର ଆବଶ୍ୟକତା ପଞ୍ଚାୟତବାସୀ, ନିର୍ବାଚିତ ଜନପ୍ରତିନିଧି, ବିଧାୟିକା, ସାଂସଦ ମହୋଦୟ ଅନୁଭବ କରୁନଥିବା ସ୍ଥଳେ ପ୍ରଶାସନର ଏ ଚକ୍ରାନ୍ତ କେଉଁଥିପାଇଁ ? ପ୍ରତ୍ୟେକଟି ଅସୁବିଧା ସଂକ୍ରାନ୍ତେ ଆପଣ ଯୋଗଦେବାର ଦୁଇଦିନପରେ ଅର୍ଥାତ ୧୮/୦୮/୨୧ ତାରିଖରେ ସାକ୍ଷତ
କରି ଲିଖିତ ଦରଖାସ୍ତ ପଞ୍ଚାୟତବାସୀଙ୍କ ତରଫରୁ ଦିଆଯାଇଥିଲା, ପୁନଃ ଜଣାଇଁବାର ତାତ୍ପର୍ଯ୍ୟ ଏହିକି ଯେ- କେନ୍ଦ୍ର ସରକାରଙ୍କ ନିଷ୍ପତ୍ତା ଏବଂ ରାଜ୍ୟ ସରକାର ତଥା ଜନସାଧାରଣଙ୍କ ଦାବି ମୁତାବକ ଜାତୀୟ ରାଜପଥ-୫୫ର ବାକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି । ପଞ୍ଚାୟତବାସୀଙ୍କ ସୁବିଧା ଦୃଷ୍ଟିରୁ ଆପଣ ଗଇଲୋ ବଣ୍ଡ କିମ୍ବା ନିକଟରେ ଅର୍ଥାତ୍ ଗୁଣଦେଇ ପଞ୍ଚାୟତ ସରହଦରେ ଯାଇଥିବା ଜାତୀୟ ରାଜପଥରେ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ବନ୍ଦ କରାଇ ରାସ୍ତା ନିର୍ମାଣ ପାଇଁ ଗୁରୁତ୍ବ ଦେଲେ ଅଞ୍ଚଳବାସୀ ଉପକୃତ ହେବେ । ମନ୍ତ୍ରୀ, ପ୍ରଶାସନ ଏବଂ ଦିଶା ମିଟିଂର ପ୍ରତିଟି ମୂଲ୍ୟବାନ ନିଷ୍ପତ୍ତକୁ ଗୁରୁତ୍ବ ଦେଇ, ଆପଣ ନିଜେ ଉପଲବ୍ଧି କରି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟରୁ ନିବୃତ ରହିବା ପାଇଁ ପଞ୍ଚାୟତବାସୀଙ୍କର ବିନମ୍ର ଅନୁରୋଧ । ଏହି ଦାବିପତ୍ର ସ୍ଵର୍ଣ୍ଣଳତା ବ୍ରହ୍ମା, ସସ୍ମିତା ବେହେରା, ଅନ୍ତର୍ଯ୍ୟ।ମି ବରାଳ, ଜ୍ୟୋସ୍ନା ସାମଲ, ବିଳାସିନୀ ସାମଲ, ପ୍ରମିଳା ସାମଲ ଉପସ୍ଥିତ ଥିଲେ ।