ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ଓ କୋଭିଡ଼ ପରିଚାଳନା ସମୀକ୍ଷା.

ଢେଙ୍କାନାଳ,୨୧/୦୬(ଶୁଭମ ପାଣି) ଢେଙ୍କାନାଳ ଆଜି କାର୍ଯ୍ୟାଳୟ ସ୍ଥିତ ଓସୱ।ନ ଭିଡିଓ କନଫରେନସିଙ୍ଗ ହଲଠାରେ ଜିଲ୍ଲା ର ଉନ୍ନୟନମୂଳକ କାର୍ଯ୍ୟ ଓ କୋଡ଼ିଡ ପରିଚାଳନା ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ସମସ୍ତଙ୍କୁ ଯେପରି ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହିତ ଶିକ୍ଷାର ବିକାଶ ଉପରେ ମଧ୍ୟ ଅଧିକ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲା ।
ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବା ଦୃଷ୍ଟିରୁ କୋଡିଡ ନିୟମ ପାଳନ ଉପରେ ଗୁରତ୍ଵ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଶୋକ କୁମାର ଦାଶ ପରାମର୍ଶ ଦେଇଛନ୍ତି । ମାସ୍କ ପରିଧାନ ପରିସ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେବା ସହିତ ଯେପରି ଘର ଚାରିପଟେ ପାଣି ନ ଜମେ ସେଥି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । କୋଭିଡ ଟେଷ୍ଟ ଅଧିକ ରୁ ଅଧିକ କରିବା ପାଇଁ ସେ ଅଧିକାରିଙ୍କୁ ପରାମର୍ଶ ଦେବା ସହିତ ପ୍ରିକସନ ଡୋଜ୍‌ ଉପରେ ଗୁରୁତ୍ଵ ଦେଇଛନ୍ତି ।
ଗ୍ରାମାଞ୍ଚଳରେ ଅଧିକ ରୁ ଅଧିକ ଶ୍ରମ ଭିତ୍ତିକ ପ୍ରକଳ୍ପ ଦ୍ଵାରା ଲୋକମାନଙ୍କ ପାଇଁ ଅଧିକ ଶ୍ରେଣ ଦିବସ ସୃଷ୍ଟି କରାଯାଉଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଛନ୍ତି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ (ସାଧାରଣ)। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର(ରାଜସ୍ଵ),ସଦର ଉପ ଜିଲ୍ଲାପାଳ ସ୍ମଶ୍ରୀ ସ୍ନିଗ୍ଧା ରାଣୀ ଧଳ, କାମାକ୍ଷାନଗର ଉପ ଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ସାହୁ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।