ଢେଙ୍କାନାଳ, ୨୨/୦୬(ଶୁଭମ ପାଣି) : ଆଜି ଓଡାପଡା ବ୍ଲକ ଅନ୍ତର୍ଗତ ଆଉଁସାମନ୍ତରା କାଟେଣୀ (ବଳରାମ ପ୍ରସାଦ) ଗ୍ରାମର ସ୍ବର୍ଗତ ମିଟିକା ନାଏକ (ପିତା) ଓ ସ୍ଵର୍ଗତ ଶାନ୍ତି ନାଏକ (ମାତା) ଙ୍କର ଦୁଇ ଅନାଥ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ୯ ବର୍ଷୀୟ ଲକ୍ଷ୍ମୀଧର ନାଏକ ଏବଂ ପ୍ରଥମ ଶ୍ରେଣୀରେ ପଢୁଥିବା ୬ ବର୍ଷୀୟ ଅପୂର୍ଣ୍ଣା ନାଏକଙ୍କ ନାମରେ ୧୦ ହଜାର ଟଙ୍କା ଲେଖାଏଁ ସ୍ଥାୟୀ ଜମା କରିବାକୁ ଏବଂ ସେମାନଙ୍କ ପାଇଁ ପୋଷାକ ନିମନ୍ତେ ୧ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ଜଣ ଅନାଥ ଶିଶୁ ସେମାନଙ୍କ ଦାଦାଙ୍କ ପାଖରେ ରହୁଛନ୍ତି । ସେମାନକୁ ନେଇ ଆସିଥିବା ତାଙ୍କ ଦାଦାଙ୍କୁ ସେମାନଙ୍କର ଯନ୍ତ୍ର ନେବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଆବଶ୍ୟକ ସ୍ଥଳେ ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।