ପୌରପାଳିକା ତରଫରୁ ନାମକୁ ମାତ୍ର ଜଳଛତ୍ର |

ରାଜଗାଙ୍ଗପୁର,୧୧/୦୬(ମନୋଜ ଭୋଳ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଦିନକୁ ଦିନ ଉଷ୍ଣତା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟି ରେ ରଖି ରାଜଗାଙ୍ଗପୁର ପୌର ପାଳିକା ପକ୍ଷରୁ ସହର ର ବିଭିନ୍ନ ସ୍ଥାନ ମାନଙ୍କ ରେ ଜଳ ଛତ୍ର ମାନ କରା ଯାଇଛି |ଯାହା ଦ୍ୱାରା ଲୋକ ମାନେ ଉପକୃତ ହେବେ |ହେଲେ ପୌରପାଳିକା ତରଫରୁ କରାଯାଇଥିବା ଏହି ଜଳ ଛତ୍ର ଗୁଡିକ ନାମକୁ ମାତ୍ର ହୋଇଥିବା ବେଳେ ଏହି ଜଳ ଛତ୍ର ରେ ପୌରପାଳିକା ବ୍ୟାନର ଲାଗିଛି |ହେଲେ ଜଳ ଛତ୍ର ରେ ନା ମାଠିଆ ଅଛି ନା ପାଣି |ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ସହର ସ୍ଥିତ ସାପ୍ତାହିକ ହାଟ ସମ୍ମୁଖ ରେ ଥିବା ଜଳ ଛତ୍ର ରେ ଦେଖିବାକୁ ମିଳିଛି |

ଯେଉଁଠି ପୌର ପାଳିକା ଜଳଛତ୍ର ମାନ କରି ନିଜର ପାରିବା ପଣିଆ ଉପରେ ଗର୍ବ କରୁଛି ସେଠାରେ ପୌରପାଳିକା ତରଫରୁ ଏପରି ନାମକୁ ମାତ୍ର ଜଳଛତ୍ର ପୌରପାଳିକା ର ଏହି ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି |ପ୍ରାପ୍ତ ସୂଚନା ଅନୁଯାଇ ରାଜଗାଙ୍ଗପୁର ସହର ସ୍ଥିତ ଆକ୍ସିସ ବ୍ୟାଙ୍କ ସମ୍ମୁଖରେ ପୌର ପାଳିକା ତରଫରୁ ଜଳ ଛତ୍ର କରାଯାଇ ସେଠାରେ ପୌରପାଳିକା ର ବ୍ୟାନର ମଧ୍ୟ ଲାଗିଛି |ହେଲେ ଏହି ଜଳ ଛତ୍ର ରେ ନା ମାଠିଆ ଅଛି ନା ପାଣି |ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ର ସମୟ ରେ ଲୋକ ମାନେ ପାଣି ମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ସମୟରେ ଏହା ଏକ ପରିହାସ ର ବିଷୟ ପାଲଟିଛି |ଏହି ଜଳ ଛତ୍ର ନିକଟରେ ପୌରପାଳିକା କର୍ମଚାରୀ ମାନେ ରହୁଥିବା ବେଳେ ଏହି ରାସ୍ତା ରେ ସବୁଦିନ ପୌର ପାଳିକା ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯିବା ଆସିବା କରୁଥିବା ବେଳେ ମଧ୍ୟ କାହାର ଏ ଦିଗରେ ଦୃଷ୍ଟି ନାହିଁ |ଏଭଳି ପ୍ରହସନ କେଉଁଥି ପାଇଁ ଯାହାକୁ ନେଇ ସହର ର ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ହେଉଛି |