ଢେଙ୍କାନାଳ,୦୧/୦୪(ଶୁଭମ ପାଣି): ଆଜି ଉତ୍କଳ ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ସ୍ଥାନୀୟ ଗାନ୍ଧୀ ପାର୍କ ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସମ୍ବିଧାନ ପ୍ରଣେତା ଡ଼ ବି ଆର ଆମ୍ବେଦକର, ଗୋପବନ୍ଧୁ ଟାଉନ ହଲ୍ ରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ରଥ ଗାଡ଼ାରେ ଥିବା ବିଜୁ ବାବୁ ଓ ବଳରାମ ମନ୍ଦିର ନିକଟରେ ଥିବା ସାରଙ୍ଗ ଧର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଅନ୍ୟ ଅଧିକାରୀ ମାନେ। ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ମୁମିସିପାଲିଟି ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଓ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ରାମଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।