ଖଟରେ ବୁହା ହୋଇ ଭୋଟ କେନ୍ଦ୍ର କୁ ଆସିଲେ ବୃଦ୍ଧା |

ରାଜଗାଙ୍ଗପୁର/କୁତ୍ରା,୧୮/୦୨(ମନୋଜ ଭୋଳ):-ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ପ୍ରଯ୍ୟାୟ ଆରମ୍ଭ ହୋଇଛି |କୁତ୍ରା ବ୍ଲକ ରେ ଥିବା ଗ୍ରାମ ମାନଙ୍କ ରେ ଲୋକ ମାନେ ନିଜର ଭୋଟ ଦେବା ପାଇଁ ଭୋଟ କେନ୍ଦ୍ର କୁ ଆସୁଥିବା ଦେଖିବାକ୍ମୁ ମିଳୁଛି |ହେଲେ ଆଜି ନିର୍ବାଚନ ର ଦ୍ୱିତୀୟ ପ୍ରଯ୍ୟାୟ ମତ ଦାନ ଚାଲିଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା |ଜଣେ ୮୫ ବର୍ଷୀୟ ବୃଦ୍ଧା ଙ୍କୁ ଖଟିଆରେ ବୁହା ହୋଇ ମତ ଦାନ କେନ୍ଦ୍ର କୁ ତାଙ୍କର ଭୋଟ ଦେବା ପାଇଁ ଅଣାଯାଇଥିଲା |ସୂଚନା ଅନୁଯାୟୀ ବୃଦ୍ଧା ଜଣକ ବୟସ ଅପରାହ୍ନ ରେ ରହିଥିବା ବେଳେ ସେ ଶଯ୍ୟାଶାୟୀ |ହେଲେ ଆଜିର ଏହି ଦୃଶ୍ୟ କିଛି ଅନ୍ୟ କାହାଣୀ କୁ ଦର୍ଶାଇ ଲା ଭଳି ମନେ ହୁଏ |

ଯେଉଁଠି ବୃଦ୍ଧ ବୃଦ୍ଧା ଙ୍କୁ ଅଲୋଡା କରାଯାଉଛି ହେଲେ ଏହି ନିର୍ବାଚନ ସମୟ ରେ ତାଙ୍କର ବହୁ ମୂଲ୍ୟ ଭୋଟ ପାଇଁ ତାଙ୍କ ଦୁଃଖ କଷ୍ଟ କୁ ମଧ୍ୟ ନଜର ରୁ ହଟାଇ ଦିଆଯାଉଛି |ଆଜିର ସମୟ ରେ ସରକାର ଙ୍କ ବିଭିନ୍ନ ଯୋଜନା ଚାଲିଥିବା ବେଳେ ଏଭଳି ଶଯ୍ୟା ସାୟୀ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଆମ୍ବୁଲେନ୍ସ ,ଓ ସରକାର ଙ୍କ ବାଇକ ଆମ୍ବୁଲେନ୍ସ ଭଳି ସୁବିଧା ଥାଇ ମଧ୍ୟ ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ଏପରି ଖଟ ରେ ବୁହା ହୋଇ ଆଣିବା କେବଳ ତାଙ୍କର ବହୁ ମୂଲ୍ୟ ଭୋଟ ପାଇଁ ନୁହେଁ ତ ବୋଲି ପ୍ରଶ୍ନ ଉଠୁଛି | ପ୍ରାପ୍ତ ସୂଚନା ଅନୁଯାୟୀ କୁତ୍ରା ବ୍ଲକ ଅନ୍ତର୍ଗତ ଗୀର୍ଜା ପଡା ର ୮୫ ବର୍ଷୀୟ ବୃଦ୍ଧା କୀର୍ତ୍ତି ଦାସ ଗୁଡ଼ିଆ ନିଜର ବାର୍ଦ୍ଧକ୍ଷତା ଯୋଗୁ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ଥିବା ବେଳେ ଆଜି ତାଙ୍କୁ ଖଟିଆ ରେ ବୋହି ତାଙ୍କୁ ଭୋଟ କେନ୍ଦ୍ର କୁ ଆଣିଥିଲେ |ସେଠାରେ ସେ ନିଜର ଭୋଟ ଦେଇଥିବା ଜଣାପଡିଛି |