ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) :- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ନିଜର କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ରହୁଥିବା ବେଳେ ଗତ କିଛି ଦିନ ହେଲା ତାଙ୍କ ବିରୋଧ ରେ ଜମି ରେଷ୍ଟି ,ଓ ବିଭିନ୍ନ କାର୍ଯ୍ୟରେ ଅବହେଳା ଓ ଜନ ସାଧାରଣ କାର୍ଯ୍ୟ ରେ ଅବହେଳା କରୁଥିବା ,ଏହା ସହ ମହିଳା ମାନଙ୍କୁ ଅସମ୍ମମାନ କରିବା ଭଳି ଅଭିଯୋଗ କୁ ନେଇ ତାଙ୍କ ଶୀଘ୍ର କାର୍ଯ୍ୟ ରୁ ବହିଷ୍କାର କରିବା ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ତରଫରୁ ରାଜଗାଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦିଆଯାଇଥିଲା | ସୂଚନା ଅନୁଯାୟୀ ରାଜଗାଙ୍ଗପୁର ତହସିଲ କାର୍ଯ୍ୟଳୟ କୁ ଆଜି ମହିଳା ମୋର୍ଚ୍ଚା ନିଜର ଅଭିଯୋଗ ନେଇ ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ଙ୍କ କାର୍ଯ୍ୟାଳୟ କୁ ଆସିଥିବା ବେଳେ ସେ ସେମାନଙ୍କ କଥା ଶୁଣି ନଥିଲେ |
ମହିଳା ମୋର୍ଚ୍ଚା ତରଫରୁ ଧାରଣା ଦେଇଥିବା ମହିଳା ମାନଙ୍କ କହିବା ଅନୁଯାୟୀ ରାଜଗାଙ୍ଗପୁର ତହସିଲ ଦାର ନିଜର କାର୍ଯ୍ୟ ଠିକ ଭାବରେ କରୁନାହାନ୍ତି , ମହିଳା ମାନଙ୍କୁ ଅସମ୍ମାନ ଦେଖାଉଛନ୍ତି |ସେଠାରେ ଯେପରି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ନିଜର ନଜର ରଖିଥିବା ବେଳେ ଏ ସମସ୍ତ ଅଭିଯୋଗ କୁ ରାଜଗାଙ୍ଗପୁର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ସମ୍ପୂର୍ଣ ରୂପରେ ଖଣ୍ଡନ କରିବା ସହ ସେ କହିଛନ୍ତି ସେ ତାଙ୍କ କାର୍ଯ୍ୟ ସମ୍ପୂର୍ଣ ରୂପରେ ତୁଲାଇଛନ୍ତି |ବିଭାଗୀୟ କାର୍ଯ୍ୟ ବିଧି ଯେଉଁ ଭଳି ଭାବରେ ହୁଏ ତାହା ସେ ସମ୍ପୂର୍ଣ ରୂପରେ ତୁଲାଇ ଛନ୍ତି |
ଯଦି କାହାର କାର୍ଯ୍ୟ ହୋଇନାହିଁ ତେବେ ସେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ |ତାଙ୍କ ଉପରେ ମଧ୍ୟ ବିଭାଗୀୟ ଅଧିକାରି ଅଛନ୍ତି ଯିଏ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି |ଯଦି ଜଣେ ତହସିଲ ଦାର ତାର କାର୍ଯ୍ୟ ସମୟ ଅବଧି ରେ ସମ୍ପୂର୍ଣ ନ କରିପାରେ ତେବେ ତାଙ୍କ ବିଭାଗୀୟ ଅଧିକାରୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ |ଏହା ସହ ସେ ମହିଳା ମାନଙ୍କୁ ଅସମ୍ମାନ କରିନାହାନ୍ତି , ଗତ କିଛି ଦିନ ତଳେ ତାଙ୍କ ଧର୍ମ ପତ୍ନୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ତାଙ୍କର ପାରିବାରିକ ମାମଲା ଯାହା କୋର୍ଟ କଚେରୀ ରେ ମଧ୍ୟ ରହିଛି |ଏହା ତାଙ୍କର କାର୍ଯ୍ୟ ସହ କୌଣସି ସାମଞ୍ଜସ୍ୟ ନାହିଁ ବୋଲି ସେ କହିଛନ୍ତି |