ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ) :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ନିଜର କାର୍ଯ୍ୟ କଳାପ କୁ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ ଆଜି ତାଙ୍କ ଧର୍ମ ପତ୍ନୀ ତାଙ୍କ ନାମରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ଙ୍କ ଧର୍ମ ପତ୍ନୀ ଡ଼ାଲିଆ ଦେବନାଥ ଆଜି ରାଜଗାଙ୍ଗପୁର ଥାନା ରେ ପହଁଚି ତାଙ୍କ ସ୍ୱାମୀ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କ ଦୁଇ ଝିଅ ଙ୍କୁ ମାଡ଼ ମାରି ତାଙ୍କ ଠାରୁ ମୋବାଇଲ ନେଇ ଯାଇଥିବାରୁ ତାଙ୍କ ଝିଅ ମାନଙ୍କ ସହ କୋଣସି ସମ୍ପର୍କ ହେଉପାରୁନାହିଁ ବୋଲି ଅଭିଯୋଗ କରିଥିଲେ ।ତାଙ୍କ କହିବା ଅନୁଯାଇ ତାଙ୍କ ସ୍ୱାମୀ ଙ୍କ ବହୁ ଝିଅ ଙ୍କ ସହ ସମ୍ପର୍କ ରହିଥିବା ବେଳେ ସେ ଗୋଟେ ଝିଅ କୁ ନେଇ ରାଉରକେଲା ରେ ଲିଭ ଇନ ରିଲେସନ ସିପ ରେ ରହୁଥିବା ବେଳେ ତାଙ୍କ ଦୁଇ ଝିଅ ଏ ବିଷୟରେ ଜାଣିଥିଲେ ଏହା ସହ ତହସିଲ ଦାର ତାଙ୍କ ଝିଅ ଙ୍କୁ ତାଙ୍କୁ ମା ବୋଲି ଡାକିବାକୁ ବାଧ୍ୟ କରିଥିଲେ । ଏ ନେଇ ତାଙ୍କ ଝିଅ ନିଜ ମା ଙ୍କୁ ଖବର ଦେଇଥିଲେ ।ଏହା ଜାଣିବା ପରେ ତହସିଲ ଦାର ତାଙ୍କ ଝିଅ ଙ୍କ ପାଖରେ ଥିବା ମୋବାଇଲ କୁ ଛଡାଇ ନେଇ ଥିବା ବେଳେ ଝିଅ ମାନଙ୍କ ସହ କୋଣସି ସମ୍ପର୍କ ହେଉପାରୁନାହିଁ ।ଯାହା ଫଳରେ ସେ ଚିନ୍ତିତ ଅଛନ୍ତି ଓ ତାଙ୍କ ଝିଅ ମାନଙ୍କ ପ୍ରତି ବିପଦ ରହିଛି ।ତେଣୁ ତାଙ୍କୁ ତାଙ୍କ ଝିଅ ସହ ସାକ୍ଷାତ କରାଇଦିଆଯିବା ସହ ତାଙ୍କ ସ୍ୱାମୀ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେବା ନେଇ ଥାନା ରେ ଅଭିଯୋଗ କରିଛନ୍ତି ।ଏହା ବ୍ୟତୀତ ସେ ତହସିଲ କାର୍ଯ୍ୟଳୟ କୁ ଯାଇ ତାଙ୍କ ବିଷୟରେ ପଚାରିଥିଲେ ମଧ୍ୟ ତହସିଲଦାର କାହାକୁ କିଛି ନକହିବା ସହ ତାଙ୍କ କାର୍ଯ୍ୟ ସମୟରେ ସେ କେଉଁଆଡ଼କୁ ଯାଇଛନ୍ତି ତାହା ସେଠାରେ ଥିବା କର୍ମଚାରି ମାନେ ମଧ୍ୟ ଜାଣି ନାହାନ୍ତି ।ରାଜଗାଙ୍ଗପୁର ଥାନା ରେ ଅଭିଯୋଗ ଦେବା ପରେ ସେ ବର୍ତ୍ତମାନ ଏସ୍ ପି ଅଫିସ ର ଦ୍ୱାରସ୍ଥ ହୋଇ ଥିବା ଜଣା ପଡ଼ିଛି ।