ବାଲିଗୁଡା: ପରୀକ୍ଷା ବାତିଲ ଦାବୀରେ ବିଦ୍ୟାର୍ଥୀଙ୍କ ବିକ୍ଷୋଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଯୁକ୍ତଦୁଇ ବିଦ୍ୟାର୍ଥୀ ମାନେ ଚଳିତ ବର୍ଷ ହେବାକୁ ଥିବା ବୋର୍ଡ ପରୀକ୍ଷା ବାତିଲ କରିବା ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ ପାଖକୁ ଯାଇ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକା ଦାବୀ ପତ୍ର ପ୍ରଦାନ କରି ଥିଲେ । ଉକ୍ତ ଦାବୀ ମଧ୍ୟରେ ଏକ ବର୍ଷର ପାଠ୍ୟଖସଡା ମାତ୍ର ତିନି ମାସରେ ପାଠ୍ୟକ୍ରମର ମାତ୍ର ୫୦ଶତକଡା ପାଠ ପଢାଯାଇଛି, ଯାହାଫଳରେ ବିଦ୍ୟାର୍ଥୀ ସବୁ ପାଠପଢିବାରେ ଓ ବୁଝିବାରେ ଅସୁବିଧା ସମ୍ମୁଖୀନ ହୋଇଛନ୍ତି ।

ଆଭାସି ମାଧ୍ୟମରେ ସବୁ ବିଷୟରେ ପାଠ ପଢାଯାଇ ନାହିଁ ଓ ଆମ ଅଂଚଳରେ ଅଧିକାଂଶ ସ୍ଥାନରେ ମୋବାଇଲ ନେଟୱାର୍କ ନାହିଁ । ତେବେ ଆଭାସି ପାଠପଢା ଠିକରେ ହୋଇନାହିଁ ତେବେ ଏହି ସବୁ ବିଷୟକୁ ଅନୁଧ୍ୟାନ କଲେ ଆମେ ଠିକ ଭାବେ ପାଠ ପଢିନାହୁଁ ତେବେ ପରୀକ୍ଷା ଦେବୁ କିପରି ? ପରୀକ୍ଷା ଦେବା ଅତି ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ବିକ୍ଷୋଭରେ ବିଦ୍ୟାର୍ଥୀ ମାନେ ପ୍ରକାଶ କରିବା ସହ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଉ ବୋଲି ଦାବୀ କରିଛନ୍ତି । ଆମର ହୋଇଥିବା କ୍ୱାଟର ପରୀକ୍ଷା ମାର୍କଦେଖି ଆମକୁ ମାର୍କ ଦିଆଯାଉ । ଆମର ଦାବୀ ସରକାର ଗ୍ରହଣ ନକଲେ ଆସନ୍ତା ଫେବୃୟାରୀ ୩ ତାରିଖରେ ଓଡିଶା ବନ୍ଦ କରିବା ପାଇଁ ଓଡିଶା ଛାତ୍ର ସଂଘ ନିଷ୍ପତି ନେଇଥିବା ଜଣା ପଡିଛି ।