ରାଜଗାଙ୍ଗପୁରରେ ରନଟୁ ହେଲ୍ପ କାର୍ଯ୍ୟକ୍ରମର ଆୟୋଜନ ଓସିଏଲ ମୁଖ୍ୟ ରାସ୍ତାରୁ ବହାରି ପାହାଡ଼ି ମନ୍ଦିର ପର୍ଯ୍ୟନ୍ତ, ଯୋଗଦେଲେ ଏସଡିପିଓ ଓ ଡିସିବିଏଲର କାର୍ଯ୍ୟନିର୍ବାହୀ ଅଧିକାରୀ

ରାଜଗାଙ୍ଗପୁର :- ରବିବାର ସକାଳ ସାଢେ 6 ଘଟିକା ସମୟ ରେ ରାଜଗାଙ୍ଗପୁରରେ ରନ ଟୁ ହେଲ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯେଉଥିରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ଡାକ୍ତର ଶଶାଙ୍କ ଶେଖର ବେଉରା ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ର କାର୍ଯ୍ୟନିର୍ବାହୀ ଅଧିକାରୀ ଚେତନ ଶ୍ରିବାସ୍ତବ, ଅଶ୍ଵନୀ ଡାଲମିଆ, ପ୍ରୀତି ଗଣେଶ ଓ ଡାଲମିୟା ବିଦ୍ୟାମନ୍ଦିର ର ପ୍ରଚାର୍ଯ ଡାକ୍ତର ରାଘେବେନ୍ଦ୍ର ଦ୍ଵିବେଦୀ ଉପସ୍ଥିତ ରହିଥିଲେ |

ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଉକ୍ତ ରନ ଟୁ ହେଲ୍ପ କିକ ଷ୍ଟାର୍ଟ ମିନାରାଲ କୋ ରୁ ବହାରି ଓସିଏଲ ମୁଖ୍ୟ ରାସ୍ତା ଦେଇ ପାହାଡ଼ି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ଏହି ରନ ଟୁ ହେଲ୍ପ କାର୍ଯ୍ୟକ୍ରମ ରେ 130 ଜଣ ଅଂଶଗ୍ରହଣ କରିଥିଲେ ଓ 6 କିଲୋମିଟର ରନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ର ସ୍ୱାସ୍ଥ୍ୟ ସମ୍ବନ୍ଧ ରେ ଲୋକ ଙ୍କୁ ସଚେତନ କରାଯାଇଥିଲା ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ରନ ଟୁ ହେଲ୍ପ ର ମୁଖ୍ୟ ଉଦ୍ଦେଶ୍ୟ ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରିବା କୁ ନେଇ ଥିଲା | ଆଜି ଏହି ଉଦ୍ଦେଶ୍ୟ ରୁ ରାଜଗାଙ୍ଗପୁର ସ୍ଥିତ ଆଶାଦୀପ ହସ୍ପିଟାଲ ର ଜଣେ ଟ୍ଯୁମର ପିଡୀତ ମହିଳା ଙ୍କ ଚିକିତ୍ସା ପାଇଁ ପଞ୍ଜୀକରଣ ରୁ ସଂଗ୍ରହ କରାଯାଇଥିବା ଅର୍ଥ କୁ ଉକ୍ତ ଟ୍ଯୁମର ପୀଡ଼ିତ ମହିଳା କୁ ଦିଆ ଯାଇଥିଲା |

ଏହି ଅବସର ରେ କୁନି କୁନି ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲ ଓ ଏହା ସହିତ ଉପସ୍ଥିତ ଲୋକ ମାନଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ମନୀଷା ଶ୍ରାଫ, ଅନୁଜ ଶ୍ରାଫ, ଅନୁଷ୍କା ,ସୁଭଦ୍ରା ସାରାଂଗୀ, ଓ ରନ ଟୁ ହେଲ୍ପ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତେ ଲୋକେ କୋଭିଡ଼ ନିଯମ ର ଅନୁପାଳନ କରିଥିଲେ |