ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ମନ୍ଦିର ପରିସରରେ ପବନସୁତ ହନୁମାନଙ୍କ ବିଗ୍ରହ କରାଯାଇଛି । ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଚଳିତ ମାସ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କରାଯିବାର କାର୍ଯ୍ୟକ୍ରମ ରହିଅଛି ଓ ଏହି ପ୍ରତିଷ୍ଠା ମହୋତ୍ସବକୁ ମା ପାଟଖଣ୍ଡା ଦୁର୍ଗା ପୂଜା ସମିତି ଆନୁକୁଲ୍ୟରେ କରାଯାଉଛି । ଆଜି ପ୍ରତିଷ୍ଠାର ପ୍ରଥମ ଦିବସରେ କଳସ ଯାତ୍ରା କରାଯାଇଥିଲା,ଏଥି ନିମନ୍ତେ ପ୍ରଥମେ କର୍ତ୍ତା ଙ୍କ ଘରେ ପୂଜା ଅଚର୍ଚ୍ଚନା କରିବା ପରେ ମା ପାଟଖଣ୍ଡା ମନ୍ଦିରକୁ ଆସିଥିଲେ । ଏହାପରେ କଳସଯାତ୍ରା ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା ।ବାଲିଗୁଡାର ସିନ୍ଦ୍ରିଗାଁ ପୋଲ ତଳେ ଯାଇଥିବା ଖଡଗନଦୀ କୁଳକୁ ଯାଇ ରିତିନିତି ପ୍ରକାରେ ପୂଜା ଅର୍ଚ୍ଚନା କରିବା ପରେ ପୂଜା କଳସକୁ ମୁଣ୍ଡାଇ ପାଟଖଣ୍ଡା ମନ୍ଦିର ଅଭିମୁଖେ ବାହାରିଥିଲେ । ଏକ ବିରାଟ ପଟୁଆରରେ ଏହି କଳସ ଯାତ୍ରା କରାଯାଇଥିଲା ।
ମନ୍ଦିର କୁ ଆସିବା ପରେ ମା ପାଟଖଣ୍ଡାଙ୍କ ବେଢା ପରିକ୍ରମା କରିବା ପରେ ପୂଜା ହୋଇ ଆସିଥିବା କଳସକୁ ପ୍ରତିଷ୍ଠା ନିମନ୍ତେ ସ୍ଥାପନ କରାଯାଇଥିଲା । ଏହି କଳସ ଯାତ୍ରାରେ ଅଞ୍ଚଳର ନାରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ଥିଲେ ।ସନ୍ଧ୍ୟା ସମୟରେ ଅଙ୍କୁର ପୂଜା ମନ୍ଦିର ପରିସରରେ କରାଯାଇଛି । ୬ ତାରିଖରେ ହନୁମାନ ପ୍ରତିଷ୍ଠା ନିମନ୍ତେ ପୂଜାରମ୍ଭ ହେବା ସହିତ ୧୦୮ ହନୁମାନଚାଳିସା କାର୍ଯ୍ୟକ୍ରମ ହେବ l ଏଥିରେ ସନ୍ଧ୍ୟା ସମୟରେ ସୁନାମଧନ୍ୟ ପଣ୍ଡିତ ଜିତୁ ଦାସଙ୍କ ପ୍ରବଚନ,ସେହିଭଳି ୭ତାରିଖଦିନ ହନୁମାନଙ୍କୁ ମହାସ୍ନାନ ଓ ଅଧିବାସ ସହ ସନ୍ଧ୍ୟା ସମୟରେ ଜିତୁ ଦାସଙ୍କ ପ୍ରବଚନ ଏବଂ ୮ ତାରିଖ ଦିନ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ରଖାଯାଇଛି । ମା ପାଟଖଣ୍ଡା ଦୁର୍ଗା ପୂଜା ସମିତିର ସଭାପତି ଲୋକନାଥ ପାଢୀ, ଉପସଭାପତି ଇନ୍ଦ୍ରମଣି ପାତ୍ର, ସମ୍ପାଦକ ଟି ଶ୍ରୀନିବାସ ରାଓ, ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ,ସୁଜିତ ପାଳ, କୋଷାଧକ୍ଷ ଟି.ନାଗେଶ୍ଵର ରାଓ, ଶ୍ରୀନିବାସ ଦୋରା, କୁମର ଦଣ୍ଡିଆ, ପ୍ରଶାନ୍ତ କୁମାର ସାହୁ, ଭଗବାନ ପଣ୍ଡା, କୁନୁ ପାଢୀ, ପଂଚାନନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟମାନେ ଏହି ଉତ୍ସବରେ ସାମିଲ ହୋଇ ପରିଚାଳନା ରେ ସହଯୋଗ କରୁଛନ୍ତି ।