ସୁରୁଡ଼ି କେନାଲ ରାସ୍ତା ପାଲଟିଛି ନିଶାଶକ୍ତ ଓ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ |

ରାଜଗାଙ୍ଗପୁର,(ମନୋଜ ଭୋଳ) :- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ବାଇପାସ ରୁ ସୁରୁଡ଼ି କୁ ଯାଇଥିବା କେନାଲ ରାସ୍ତା ଏବେ ସାଜିଛି ଗଂଜେଇ,ତର୍କି ପିଉଥିବା ନିଶାଶକ୍ତ ଓ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ |ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ର ଲିପଲୋଇ ବ୍ରିଜ ନିକଟରୁ ଯାଉଥିବା ରାସ୍ତା ,ଓ ଏହାର ଅପର ପାର୍ଶ୍ଵ ରେ ଥିବା କେନାଲ ରାସ୍ତା ରେ ବର୍ତ୍ତମାନ ସନ୍ଧ୍ୟା ହେଲେ ନିଶାସକ୍ତ ଲୋକ ମାନଙ୍କ ଚହଳ ଦେଖିବାକୁ ମିଳୁଛି | ସନ୍ଧ୍ୟା ପରେ ରାଜଗାଙ୍ଗପୁର ଟାଉନ ଓ ଏହାର ଆଖ ପାଖ ଅଞ୍ଚଳ ରୁ ନିଶାସକ୍ତ ଯୁବକ ଓ ଅସାମାଜିକ ଯୁବକ ମାନେ ଏଠାରେ ଆସି ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି |

ମୁଖ୍ୟତଃ କେନାଲ ରାସ୍ତାଟି ସନ୍ଧ୍ୟା ପରେ ନିର୍ଜନ ରହୁଥିବା ବେଳେ ଏହି ଅସାମାଜିକ ନିଶାସକ୍ତ ଯୁବକ ମାନେ ଏଠାରେ ଆସି ନିଶା ସେବନ କରୁଥିବା ବେଳେ ଦିବା ଲୋକ ରେ ଏଠାରେ ଗଞ୍ଜେଇ ଓ ମଦ ପିଇବା ପାଇଁ କଲେଜ ପିଲା ମାନେ ମଧ୍ୟ ଆସୁଥିବା ଦେଖିବାକୁ ମିଳୁଛି |ମୁଖ୍ୟ ବିଷୟ ଏହା କି ଏହି ରାସ୍ତା ଭୁ ଲୋକଙ୍କ ଚଲା ପଥ ହୋଇଥିବା ବେଳେ ପ୍ରତେକ ଦିନ ଏହି ରାସ୍ତା ଦେଇ ରାତି ହେଉ କି ଦିନ ଲୋକ ମାନେ ଯିବା ଆସିବା କରନ୍ତି |ହେଲେ ବର୍ତ୍ତମାନର ପରିସ୍ଥିତି କୁ ଦେଖିଲେ ଆଗାମୀ ଦିନରେ କିଛି ଅଘଟଣ କୁ ଏଡାଇ ଦେଇ ହେବ ନାହିଁ |ଏଣୁ ଏ ଦିଗରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି |