ବାଲିଗୁଡ଼ା,୩୦/୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଂଚଳରେ ପୁଣି ଲାଲ୍ ଆତଙ୍କ। ବାଲିଗୁଡ଼ା ଥାନା ବାରଖମା , ରେବିଙ୍ଗିଆ ,ବାଟାଗୁଡା ଓ ମିଡିଆପାଙ୍ଗା ଅଞ୍ଚଳ ରେ ପୁଣି ଲାଗିଲା ମାଓ ପୋଷ୍ଟର। ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ପ୍ରଥମେ ସରକାରୀ ମଦ ବନ୍ଦ କରନ୍ତୁ,
ତା ପରେ ଗଞ୍ଜେଇ ଗଛ କାଟି ଜଙ୍ଗଲ ସଫା କରିବେ ଏବଂ ଏହି ସବୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବମ୍ ଖଞ୍ଜା ଯାଇଥିବା ବିଷୟ ଉକ୍ତ ପୋଷ୍ଟର ରେ ଲେଖା ରହିଛି l ସିପିଆଇ(ମାଓବାଦୀ) କେକେବିଏନ ଡିଭିଜନାଲ କମିଟି ବୋଲି ପୋଷ୍ଟରର ତଳେ ଉଲ୍ଲେଖ ଅଛି ।