କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ପୁରାତନ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ଠାରେ ୭୩ ତମ ଏନସିସି ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ସର୍ବ ପ୍ରଥମେ ନୁତନ ଏନସିସି କ୍ୟାଡେଟମାନଙ୍କୁ ବରିଷ୍ଠ ଭିତ୍ତିରେ ପ୍ରଦର୍ଶନ ଅନୁସାରେ ରେଙ୍କ ପ୍ରଦାନ ଉତ୍ସବ ପାଳନ କରାଯାଇଥିଲା।ତତ୍ ସହିତ ଜଣକୁ ସିନିୟର ଅଣ୍ଡର ଅଫିସର ଏବଂ ଜଣଙ୍କୁ ଜୁନିଅର ଅଣ୍ଡର ଅଫିସର, ପୁଅ ମାନଙ୍କ ମଧ୍ୟରୁ ଜଣେ ଓ ଝିଅ ମାନଙ୍କ ମଧ୍ୟରୁ ଜଣଙ୍କୁ ସରଜେଣ୍ଟ ରେଙ୍କ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ମେଜର ଡ଼ଃ. ସଞ୍ଜୀବ ବଳିୟାର ସିଂ ଏନସିସି ପତାକା ଉତ୍ତୋଳନ କରିଥିଲେ।ଜାତୀୟ ସଙ୍ଗୀତ ଗାନ ପରେ ପ୍ୟାରେଡ଼ ମାଧ୍ୟମରେ ସମସ୍ତ କ୍ୟାଡଟ ଏନସିସି ପତାକାକୁ ସମ୍ମାନ ଜଣାଇଥିଲେ। ପରେ ସ୍ୱାଗତ ଭାଷଣରେ ଏନସିସି କ୍ୟାଡେଟ ମାନେ ସମାଜ ସୁଧାରିବା ସହିତ ସମାଜର ମଙ୍ଗଳ ପାଇଁ କାମ କରିବା ସଙ୍ଗେ ସଙ୍ଗେ ଦେଶ ମାତୃକାର ସେବା କରିବା ପାଇଁ ସଦା ସର୍ବଦା ନିଜକୁ ନିୟୋଜିତ ହୋଇଥାନ୍ତି ବୋଲି ଡ଼ଃ ବଳିଆର ସିଂ ବକ୍ତବ୍ୟ ରଖିଥିଲେ।ସେହିପରି ମୂଖ୍ୟ ଅତିଥି ଭାବେ ରାଜ୍ୟ ଦୁଃସାହସିକ କ୍ରୀଡ଼ା ସଙ୍ଘର ସଚିବ ତଥା କମାଣ୍ଡେଣ୍ଟ ଦୀପକ କୁମାର ରଥ ଯୋଗ ଦେଇ ଏନସିସିର ମୁଖ୍ୟ ଲକ୍ଷ୍ୟ ମୂଳ ଉଦେଶ୍ୟ ତାର ଫାଇଦା ବିଷୟରେ ଉପସ୍ଥିତ କ୍ୟାଡଟ ମାନଙ୍କୁ ବୁଝାଇଥିଲେ।ଏହି ଦିବସରେ କେତେକ ପୁରାତନ କ୍ୟାଡଟ ମାନେ ମଧ୍ୟ ଉପସ୍ଥିତ ଥିଲେ।