ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

କାଳୁପଡ଼ା ଘାଟ:-୨୭/୧୧(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ତହସିଲ ଅନ୍ତର୍ଭୁକ୍ତ ଚିଲିକା ହ୍ରଦ ର ସୋରଣ ଏବଂ ମାନସିଂ ପୁର ଅଞ୍ଚଳରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହୋଇଛି।ଦୀର୍ଘ ଦିନ ଧରି ଏହିସବୁ ଅଞ୍ଚଳର ଚିଲିକା ହ୍ରଦ ଉପକୂଳ ରେ ବେଆଇନ ଭାବେ ସରୁ ନେଟ୍ ଜାଲ ମାଧ୍ୟମରେ ବେଆଇନ ଘେରି କରି ଚିଙ୍ଗୁଡ଼ି ମାଛଚାଷ କରାଯାଉଥିଲା।ଏ ନେଇ ମଧ୍ୟ ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରଧୀନ ରହିଥିବା ବେଳେ ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ ହେଉଛି।ସେହିଭଳି ଭାବରେ ଶନିବାର ପୂର୍ବାହ୍ନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଚିଶ ହେକ୍ଟର ରୁ ଉର୍ଦ୍ଧ୍ବ ସ୍ଥାନକୁ ଘେରିମୁକ୍ତ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଜାଲ ମଧ୍ୟ ଜବତ ହୋଇଛି।

ଚିଲିକା ଉପକୂଳ ସୋରଣ ଏବଂ ମାନସିଂ ପୁର ଅଞ୍ଚଳର ଚିଲିକା ହ୍ରଦରୁ ଚିଙ୍ଗୁଡ଼ି ଘେରି ଉଛେଦ ହୋଇଛି।ଏହି ଘେରିମୁକ୍ତ ଅଭିଯାନ ରେ ସ୍ଥାନୀୟ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ଏବଂ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକଙ୍କର ନିର୍ଦ୍ଦେଶ ମୁତାବକ ଘେରିମୁକ୍ତ ଅଭିଯାନରେ ସାମିଲ ଥିଲେ ଦୁଇ ପ୍ଲାଟୁନରୁ ଅଧିକ ସୁରକ୍ଷା କର୍ମୀ ଏବଂ ମତ୍ସ୍ୟ ବିଭାଗ ଅଧିକାରୀ ଶଶାଙ୍କ ଶେଖର ସାହୁ, ଡକ୍ଟର ସାଇବଳ ପରିଡ଼ା ସିଡ଼ିଏ ଜିପିଏସ୍ ଅଧିକାରୀ, ମନୋରଞ୍ଜନ ମିଶ୍ର,ରାଜସ୍ୱ ବିଭାଗ ପକ୍ଷରୁ ସୁମନ୍ତ ପ୍ରଧାନ ଏବଂ ଜରିପଡା ରାଜସ୍ୱ କାର୍ଯାଳୟ ଆରଆଇ ଜ୍ୟୋତି ରଞ୍ଜନ ରଥ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଜାଲ ଘେରିକୁ ମୁକ୍ତ କରିଥିଲେ।ଆଗକୁ ଏହି ଘେରିମୁକ୍ତ ଅଭିଯାନ ଜାରି ରହିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି।