ରାଜଗାଙ୍ଗପୁର,(ମନୋଜ ଭୋଳଙ୍କ ରିପୋର୍ଟ),ପୈତୃକ ସମ୍ପତିର ଭାଗବଣ୍ଟା କୁ ନେଇ ଭାଇ ଭାଇ ମଧ୍ୟରେ ଅସନ୍ତୋଷ |ମଝିଆ ଭାଇ କୁ ହଇରାଣ କରୁଛନ୍ତି ଅନ୍ୟ ଦୁଇ ଭାଇ | :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ପୈତୃକ ଘର ଓ ସମ୍ପତି କୁ ନେଇ ତିନି ଭାଇ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିବା ସହ ମଝିଆ ଭାଇ କୁ ତାଙ୍କର ଅନ୍ୟ ଦୁଇ ଭାଇ ମିଶି ହଇରାଣ ହରକତ କରୁଥିବା ବେଳେ ପୋଲିସ ପ୍ରଶାସନ ଠାରୁ କୋଣସି ସାହାଯ୍ୟ ନମିଳିବା ଫଳରେ ନ୍ୟାୟ ପାଇଁ ଆଜି ମଝିଆ ଭାଇ ଗଣ ମାଧ୍ୟମ ସମ୍ମୁଖରେ ଅନୁରୋଧ କରିଛନ୍ତି |ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ସ୍ଥିତ ଦିଲାବର ଗଞ୍ଜ ନିବାସୀ ସାହିଦ ମୁସ୍ତାଫା ଆଜି ରାଜଗାଙ୍ଗପୁର ସହର ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ତାଙ୍କ ଉପରେ ତାଙ୍କ ଦୁଇ ଭାଇ ଅକଥନୀୟ ଅତ୍ୟାଚାର କରୁଥିବା ସହ ତାଙ୍କୁ ତାଙ୍କ ପୈତୃକ ଘର ଓ ଜାଗା ରୁ ମଧ୍ୟ ଜୋର ଜବରଦସ୍ତ ହଟାଉଥିବା ସେ କହିଛନ୍ତି |ସୂଚନା ଅନୁଯାୟୀ ସାହିଦ ମୁସ୍ତାଫା ଙ୍କ ଦୁଇ ଭାଇ ଓ ଚାରି ଭଉଣୀ ଥିବା ବେଳେ ଗତ କିଛି ମାସ ତଳେ ତାଙ୍କ ପିତା ଏମ ଡି କଲାମ ଙ୍କ ଦେହାନ୍ତ ହୋଇଥିଲା |ପିତା ଙ୍କ ଦେହାନ୍ତ ପରେ ତିନି ଭାଇ ନିଜର ପୈତୃକ ସମ୍ପତି ଅନୁଯାଇ ଘର ,ଓ ଜାଗା ର ଭାଗ ବଣ୍ଟା କୁ ନେଇ ଚର୍ଚ୍ଚା କରିଥିଲେ |ଏହି ସମୟରେ ଭାଇ ମାନେ ୬ ମାସ ପରେ ଏହି ବିଷୟ ରେ ଭାବି ଚିନ୍ତା କରି କରିବା ବୋଲି କହିବା ସହ ସମସ୍ତେ ମିଳି ମିଶି ଭାଗ ବଣ୍ଟା କରିନେବା ବୋଲି ନିଷ୍ପତି ନେଇଥିଲେ ହେଲେ ୬ ମାସ ପରେ ଯେତେବେଳେ ମୁସ୍ତାଫା ନିଜର ଭାଗ ପାଇଁ କହିଥିଲେ ସେତେବେଳେ ଅନ୍ୟ ଦୁଇ ଭାଇ ତାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର ,ଜୋର ଜୁଲମ କରିବା ଆରମ୍ଭ କରିଦେଇଥିଲେ | ଏହା ପରେ ସାହିଦ କୋର୍ଟ ର ଆଶ୍ରୟ ନେଇ ଥିବା ବେଳେ ସେଠାରୁ କାଗଜ ପତ୍ର ଆଣି ରାଜଗାଙ୍ଗପୁର ଥାନା ରେ ନିଜର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷ ରୁ ମଧ୍ୟ ଉଚିତ କାର୍ଯ୍ୟନୁଷ୍ଠାନ ନ ନେଇଥିବା ବେଳେ ବର୍ତ୍ତମାନ ସାହିଦ ଙ୍କ ଭାଇ ମାନେ ତାଙ୍କୁ ଘର ଭିତରକୁ ପଶିବାକୁ ଦେଉନଥିବା ବେଳେ ଏମିତିକି ଘରେ ତାଲା ପକାଇଦେଉଥିବା ବେଳେ ସାହିଦ ନିଜର ଧର୍ମ ପତ୍ନୀ ଓ ପିଲା ମାନଙ୍କୁ ନେଇ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି |ଏଣୁ ନ୍ୟାୟ ପାଇଁ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀ ରେ ନିଜର ଦୁଃଖ ଓ କିଭଳି ଭାଇ ମାନେ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି ତାହା ବିଷୟ ରେ ପ୍ରକାଶ କରିବା ସହ ପ୍ରଶାସନ ପାଖରେ ତାଙ୍କୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି |