ଗେଲ ଇଣ୍ଡିଆ କମ୍ପାନୀର ଜୋର ଜବରଦସ୍ତ ଜମିଅଧିଗ୍ରହଣକୁ ବିରୋଧ କଲେ ଗ୍ରାମବାସୀ

ରାଜଗାଙ୍ଗପୁ, :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଓ ଏହାର ଆଖ ପାଖ ଅଞ୍ଚଳ ରେ ବର୍ତ୍ତମାନ ଗେଲ ଇଣ୍ଡିଆ କମ୍ପାନୀ ତରଫରୁ ଗ୍ୟାସ ପାଇପ ବିଛା ଯାଉଥିବା କାର୍ଯ୍ୟ ଚାଲୁଥିବା ବେଳେ କୁରୁ ମୁରୁ ପଞ୍ଚାୟତ ଅନ୍ତର୍ଗତ ରୁମା ବାହାଲ ପାହାଡ଼ ଟୋଲି ରେ କିଛି ଗ୍ରାମ ବାସୀ ଏହି ପାଇପ ବିଛା କାର୍ଯ୍ୟ କୁ ବନ୍ଦ କରିଥିବା ଜଣାପଡ଼ିଛି |ସୂଚନା ଆଧାର ରୁ ପ୍ରକାଶ ଯେ ଗେଲ ଇଣ୍ଡିଆ କମ୍ପାନୀ ଯେଉଁ ଜମିରେ ପାଇପ ବିଛା କାର୍ଯ୍ୟ କରୁଛି ସେ ଜମି ବାବଦ କୁ କୋଣସି ଟଙ୍କା ବା କ୍ଷତି ପୂରଣ ଜମି ମାଲିକଙ୍କୁ ମିଳିନାହିଁ |ଏହା ସ୍ୱତେ ଗେଲ ଇଣ୍ଡିଆ କମ୍ପାନୀ ନିଜର ପାଇପ[ ବିଛା କାର୍ଯ୍ୟ କରୁଥିବା ବେଳେ ଜୋର ଜବରଦସ୍ତ ଜମିରେ ନିଜ କାର୍ଯ୍ୟ କରୁଥିବା ବେଳେ ଏହାକୁ କିଛି ଉକ୍ତ ଗ୍ରାମର ଗ୍ରାମବାସୀ ଓ ଜମିମାଲିକ ମାନେ ବିରୋଧ କରିଥିଲେ |

ଫଳରେ ସେଠାରେ କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିଲା |ଯେଉଁ ଗ୍ରାମବାସୀଙ୍କ ଜମି ଯାଇଥିବା ବେଳେ ମଧ୍ୟ ସେମାଙ୍କୁ କୋଣସି କ୍ଷତିପୂରଣ ମିଳିନାହିଁ ସେମାନଙ୍କ କହିବା ଅନୁଯାଇ ଯାହାର ଜମି ଯାଇ ନାହିଁ ତାଙ୍କୁ ଗେଲ ଇଣ୍ଡିଆ କମ୍ପାନୀ ତରଫରୁ ଟଙ୍କା ମିଳିଛି ହେଲେ ଏମାନଙ୍କ ଜମି ଥାଇ ମଧ୍ୟ କୋଣସି ପ୍ରାପ୍ୟ ମିଳିନାହିଁ |ଏହା ସହ କମ୍ପାନୀ ମିଛ କହିବା ସହ ଗ୍ରାମର ଲୋକଙ୍କ ଠାରୁ ହସ୍ତାକ୍ଷର ନେଇ ସେମାନଙ୍କ ଜମିକୁ ହଡପ କରିଛି |ଏ ବାବଦ ରେ ସେଠାରେ କାର୍ଯ୍ୟରତ କମ୍ପାନୀ କର୍ମଚାରିଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି କମ୍ପାନୀ ଲୋକଙ୍କୁ କ୍ଷତି ପୁରଣ ବାବଦ ରେ ଟଙ୍କା ଦେଇଛି |ଗ୍ରାମବାସୀ ଓ ଜମି ମାଲିକ ମାନଙ୍କ କହିବା ଅନୁଯାଇ କମ୍ପାନୀ ତାଙ୍କ ଜମି ବାବଦରେ କ୍ଷତିପୁରଣ ନ ଦେବା ଯାଏ ଜମି ରେ ପାଇପ ବିଛା କାର୍ଯ୍ୟ ହୋଇପାରିବ ନାହିଁ |ଏଣୁ ସେମାନେ କମ୍ପାନୀ ର କାମ ବନ୍ଦ କରିବା ସହ ତାଙ୍କ ଜମିରୁ ପାଇପ ଉଠାଇବା ପାଇଁ କହିଛନ୍ତି |ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା |କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟ ବନ୍ଦ କରିବା ପରେ ଉତ୍ତେଜନା ଥମି ଥିବା ଜଣାପଡିଛି |