ଟାଙ୍ଗୀ ମିଡ଼ିଆ ସେବସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ


ଟାଙ୍ଗୀ:-୧୬/୧୧/ (ବିନୁ ଦାସ୍) ଆଜି ଜାତୀୟ ପ୍ରେସ ଦିବସ। ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳନ କରାଯାଏ ଏହି ପ୍ରେସ ଦିବସ। କୋଭିଡ କଟକଣା ସମୟରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳନ କରାଯାଏ ଜାତୀୟ ପ୍ରେସ ଦିବସ। ଭାରତୀୟ ପ୍ରେସ ଦ୍ୱାରା ପ୍ରଦତ୍ତ ରିପୋର୍ଟର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ନଭେମ୍ବର ୧୬, ୧୯୬୬ରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପ୍ରତିଷ୍ଠା କରାଯାଇଥିଲା । ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ଭଳି ଏକ ବିଧିଗତ ପ୍ରତିଷ୍ଠାନକୁ ସ୍ୱୀକୃତି ଦେବା ତଥା ପ୍ରତିଷ୍ଠାନକୁ ସମ୍ମାନିତ କରିବାକୁ ଯାଇ ଏହି ଦିବସ ପାଳନ କରାଯାଏ।

ଏହି ଅବସରରେ ଆଜି ଅପରାହ୍ନରେ ଟାଙ୍ଗୀ କଲ୍ୟାଣ ମଣ୍ଡପ ପରିସରରେ ଟାଙ୍ଗୀ ମିଡ଼ିଆ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ରବୀନ୍ଦ୍ର କୁମାର ରଣାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ,ସମ୍ମାନିତ ଅତିଥି ଭାବେ ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ ,ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ,ଟାଙ୍ଗୀ ସରପଞ୍ଚ ସୁପ୍ରଭା ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ଟାଙ୍ଗୀ ଓକିଲ ସଂଘର ପୂର୍ବତନ ସଭାପତି ବିଶ୍ୱଜିତ୍ ରାଉତରାୟ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଂଘ ସମ୍ପାଦକ ସନ୍ତୋଷ କୁମାର ଚୌଧୁରୀ ।ଏହି କାର୍ଯ୍ୟ କ୍ରମରେ ଟାଙ୍ଗୀ ମିଡ଼ିଆ ସଂଘର ସମସ୍ତ ସାମ୍ବାଦିକ ବନ୍ଧୁମାନେ ସାମିଲ ହୋଇଥିଲେ ।ଏହି ଅବସରରେ ବାଲୁଗାଁ, ବାଣପୁର,ଟାଙ୍ଗୀ,ଚିଲିକା ଏବଂ ରଣପୁର ଆଦି ଅଞ୍ଚଳର ସାମ୍ବାଦିକ ମାନେ ଅଂଶଗ୍ରହଣ କରିଥିଲେ।