ରାଜଗାଙ୍ଗପୁର,୦୯/୧୧(ମନୋଜ ଭୋଳ):- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣୀଆ ପଞ୍ଚାୟତ ଫକ୍ରପଡା ଗ୍ରାମରେ ନିଜ ଭାଗ ରେ ପଡିଥିବା ଜମି ରେ ସାରସ୍ୱତ ନିର୍ମାଣ କୁ ନେଇ ଭାଇ ଭାଇ ମଧ୍ୟ ରେ ଗଣ୍ଡଗୋଳ | ସୂଚନା ଅନୁଯାଇ ଫକ୍ରପଡା ଗ୍ରାମରେ ରହୁଥିବା ଶୁକ୍ରୁ ଟପ୍ପୋଙ୍କ ତିନି ପୁଅ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଜମି ଭାଗ ବଣ୍ଟା ହୋଇଯାଇଥିବା ବେଳେ ଶୁକ୍ରୁ ଟପ୍ପୋଙ୍କ ବଡ଼ ପୁଅ ଭିକାରି ଟପ୍ପୋ ନିଜ ଭାଗରେ ପଡି ଥିବା ଜମି ରେ ଘରକୁ ଯିବା ଆସିବା ନେଇ ରାସ୍ତା ନିର୍ମାଣ କରୁଥିବା ବେଳେ ତାଙ୍କର ଅନ୍ୟ ଦୁଇ ଭାଇ ଜଗା ଟପ୍ପୋ ,ଶାରଦା ଟପ୍ପୋଓ ତାଙ୍କ ବାପା ଶୁକ୍ରୁ ଟପ୍ପୋ ଏହାକୁ ନେଇ ବାରଣ କରିବା ସହିତ ତାଙ୍କ ସହ ବଚସା କରିଥିଲେ | ଏହାକୁ ନେଇ ଭିକାରି ଟପ୍ପୋ ,ତାଙ୍କ ସ୍ତ୍ରୀ ଓ ଶାଶୁ ବିରୋଧ କରିବାରୁ ସେଠାରେ ସେମାନେ ଗଣ୍ଡଗୋଳ କୁ ଆସିବା ସହ ପଥର ,ଠେଙ୍ଗା ,ବାଡ଼ି ସାହାଯ୍ୟ ରେ ମାଡ ମାରିବା ସହ ତାଙ୍କ ଉପରେ ମାରଣାତ୍ମକ ଆକ୍ରମଣ କରିଥିଲେ |ଫଳରେ ଭିକାରି ଟପ୍ପୋ ଙ୍କ ମୁଣ୍ଡ ଫାଟି ଯିବା ସହ ତାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା | ଏହା ସହ ଭିକାରି ଙ୍କୁ ଜୀବନ ରେ ମାରି ଦେବାକୁ ଧମକ ଦେଇଥିଲେ | ଏ ନେଇ ଭିକାରି ଟପ୍ପୋ ରାଜଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ |ପୋଲିସ ଅଭିଯୋଗ କୁ ଭିତ୍ତି କରି ସେମାନଙ୍କ ନାମରେ ଆଇ ପି ସି ଧାରା ୩୪୧,୨୯୪,୩୨୩,୫୦୬,୩୪ ରେ ମାମଲା ରଜୁ କରିଛି |