ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍: ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

ବାଲିଗୁଡ଼ା,୦୬/୧୧.(ସଞ୍ଜୟ କୁମାର ପାଣିଗ୍ରାହୀ): ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ । ଶ୍ରମିକ ଓ ଠିକାଦାର ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡା ପଞ୍ଚାୟତରୁ । ସୂଚନା ପ୍ରକାରେ ବାଟାଗୁଡା ଗ୍ରାମ ପଞ୍ଚାୟତର ଜକିକିଆ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ହେଲେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଏକ ଅଭିଯୋଗ ହେବା ପରେ ବିଲ୍ ଅଟକି ରହିଛି ।

ସେପଟେ କାମ ଠିକ୍ ହୋଇଛି ଏବଂ ସରପଞ୍ଚ ଓ ମନ୍ତ୍ରୀଙ୍କ ତତ୍ବାବଧାନରେ କାର୍ଯ୍ୟ ହୋଇଥିବା କହିଛନ୍ତି ଠିକାଦାର ଓ ବାଟାଗୁଡ଼ା ସରପଞ୍ଚ ମେନକା ପ୍ରଧାନ । ବିଲ୍ ହେଲେ ଠିକାଦାର ଓ ଶ୍ରମିକ ଉପକୃତ ହୋଇପାରିବେ । ଏଣୁ ଯଥାଶୀଘ୍ର ବିଲ୍ କରିବା ପାଇଁ ବାଲିଗୁଡ଼ା ବିଡିଓଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ । ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ l