୮ ଦଫା ଦାବୀ ନେଇ CPIML ଲିବରେସନ ଓ ଆଦିବାସୀ ବିକାଶ ମଞ୍ଚ ପକ୍ଷରୁ ଗୁଣପୁର TPSODL ବିଦ୍ୟୁତ ବିଭାଗ ସମ୍ମୁଖ ରେ ଧାରଣା

ଗୁଣପୁର, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ଗୁଣପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ର ବିଦ୍ୟୁତ ଉପଭୋକ୍ତା ଙ୍କ ବିଦ୍ୟୁତ୍ ବିଲ ଅତ୍ୟଧିକ ଆସୁଥିବା ଅଭିଯୋଗ ରେ ଆଜି ତା ୦୬/୧୧/୨୦୨୧ ରିଖ ଦିନ ଆଦିବାସୀ ଅଧିକାର ବିକାଶ ମଞ୍ଚ ଓ C P I (ML) Liberation ତରଫରୁ ଗୁଣପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର (T P S O D L) ବିଦ୍ୟୁତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ବିଦ୍ୟୁତ ଉପଭୋକ୍ତା ମାନଙ୍କ ଆସୁଥିବା ଅତ୍ୟଧିକ ବିଦ୍ୟୁତ ବିଲ୍ ତୁରନ୍ତ ବନ୍ଦ କରିବା , ପ୍ରତ୍ୟେକ ମାସ ର ପ୍ରତ୍ୟେକ ସପ୍ତାହ ରେ ବିଦ୍ୟୁତ ବିଲ୍ ଯୋଗାଇଦେବା , ୟୁନିଟ ପିଛା ୧ ଟଙ୍କା ଏବଂ ପ୍ରତ୍ୟେକ ଉପଭୋକ୍ତା ଙ୍କୁ ୨୦୦ ୟୁନିଟ ବିଦ୍ୟୁତ ମାଗଣା ରେ ଯୋଗାଇଦେବା ,

ବି ପି ଏଲ ଓ ଗରିବ ଲକ୍ ଙ୍କୁ ମାଗଣା ରେ ବିଦ୍ୟୁତ ପ୍ରଦାନ କରିବା , ଗ୍ରାହକ ଜନ ଶୁଣାଣି ଲାଗି ବ୍ୟବସ୍ଥା କରିବା , ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା , ବିଦ୍ୟୁତ ଆଇନ ୨୦୨୦ ବାତିଲ କରିବା ଏବଂ ରାଜ୍ୟ ର ଏକାଉଣ୍ଟ ଜେନେରାଲ ଦ୍ୱାରା କମ୍ପାନୀ ମାନଙ୍କ ଆୟ ବ୍ୟୟ ର ଅଡିଟ୍ କରି ଜନସାଧାରଣ ଙ୍କୁ ସ୍ପଷ୍ଟ କରିବା ଭଳି ଏକ ୮ ଦଫା ସମ୍ବଳିତ ଦାବୀ ନେଇ ବିଦ୍ୟୁତ ବିଭାଗ ସମ୍ମୁଖରେ ଆଦିବାସୀ ଅଧିକାର ବିକାଶ ମଞ୍ଚ ଓ C P I (ML) Liberation ର ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ମଞ୍ଚ ର ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଗଣଧାରଣା ଦେଇଥିଲେ ।