ରାଜଗାଙ୍ଗପୁର ପୋଲିସ ର ବିଭିନ୍ନ ସ୍ଥାନ ରେ ଚଢ଼ାଉ ,ବାଣ ଜବତ

ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ):-ସରକାର ଙ୍କ ଗାଇଡ଼ ଲାଇନ ଅନୁଯାଇ ଦୀପାବଳି ରେ କେବଳ ସବୁଜ ବାଣ ସହ ଲାଇସେନ୍ସ ପ୍ରାପ୍ତ ଦୋକାନୀ ଙ୍କୁ ବାଣ ବିକ୍ରି କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ରାଜଗାଙ୍ଗପୁର ସହର ର ବହୁ ସ୍ଥାନ ରେ ଏହି ଗାଇଡ଼ ଲାଇନ କୁ ଅମାନ୍ୟ କରିବା ସହ ବାଣ ବିକ୍ରି କରାଯାଉଥିଲା। ରାଜଗାଙ୍ଗପୁର ପୋଲିସ ପକ୍ଷରୁ ରୁ ସହର ରେ ଏ ନେଇ କଡା ଚେକିଙ୍ଗ ଚାଲିଥିବା ଜଣା ପଡ଼ିଛି। ଆଜି ରାଜଗାଙ୍ଗପୁର ପୋଲିସ ସହର ର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସହର ରେ ବେଆଇନ ଭାବରେ ସରକାର ଙ୍କ ଗାଇଡ଼ ଲାଇନ କୁ ଅମାନ୍ୟ କରିଥିବା ଦୋକାନୀ ମାନଙ୍କ ଦୋକାନ ରେ ଚଢ଼ାଉ କରି ପୋଲିସ ବାଣ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଯେଉଁ ମାନଙ୍କ ର କୋଣସି ଲାଇସେନ୍ସ ନଥିବା ସ୍ୱତେ ମଧ୍ୟ ସେମାନେ


ବାଣ ବିକ୍ରି କରୁଥିବା ଜଣା ପଡ଼ିଛି । ପୋଲିସ ସେମାନଙ୍କ ଠାରୁ ପ୍ରାୟ ୬୦୦୦୦ରୁ୭୦୦୦୦ ଟଙ୍କା ମୂଲ୍ୟ ର ବାଣ ଜବତ କରିଥିବା ବେଳେ ରାଜଗାଙ୍ଗପୁର ପୋଲିସ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ସେମାନଙ୍କ ନାମରେ ରାଜଗାଙ୍ଗପୁର ପୋଲିସ କେସ୍ ନମ୍ବର ୩୯୩,୩୯୪,୩୯୫ /୨୦୨୧ ୟୁ/ଏସ ୨୮୬ ଆଇ ପି ସି ଧାରା ସେକ୍ସନ (ବି) ୧ (ବି) ଏକ୍ସପଲୋଜିଭ ଆକ୍ଟ ରେ ମାମଲା ରଜୁ କରିଥିବା ଜଣାପଡ଼ିଛି !ଗିରଫ ୩ ଅଭିଯୁକ୍ତ ମାନଙ୍କ ଠାରୁ ତାଳ ଫୋଟକା ୧୨ ବଣ୍ଡଲ,ଟପ୍ ଟାଇଗର ୧୨ ପ୍ୟାକେଟ୍,ରୋଲ କେପ୍ ୩ ପ୍ୟାକେଟ୍,ସେଭେନ ସର୍ଟ ୧ ପ୍ୟାକେଟ୍, ୨୦ ଟି ଇଲେକ୍ଟ୍ରିକ କ୍ରେକର ,୨୦ ପ୍ୟାକେଟ୍ ମିର୍ଚି ଫୋଟକା,୭ ପ୍ୟାକେଟ୍ ବିଜୁଳି କ୍ରେକର,୮ ପ୍ୟାକେଟ୍ ଭାସା ରକେଟ, ଟାଇଗର ବମ ୧୫ ପ୍ୟାକେଟ୍,ଭଳି ବହୁ ପ୍ରକାର ର ବାଣ ଜବତ ହୋଇଛି।