ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଗୁଣପୁର ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଗୁଣୁପୁର, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ଦୁର୍ନୀତି ନିବାରଣ ସପ୍ତାହ ର ଶେଷ ଦିବସରେ ଓଡିଶା ଦୁର୍ନୀତି ନିବାରଣ ସଂଘର୍ଷ ମଞ୍ଚ ଗୁଣପୁର ଶାଖା , ରାୟଗଡ଼ା ଜିଲ୍ଲା ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ୨ ତାରିଖ ଦିନ ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର କପିଳେଶ୍ଵର ତାଣ୍ଡି , ମୁଖ୍ୟ ବକ୍ତା ଭାବେ ଖାଉଟି ବିବାଦ ବିଚାର ମଞ୍ଚ ର ପ୍ରାକ୍ତନ ସଭାପତି ପ୍ରଦୀପ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବେ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଜସ୍ଵନ୍ତ ହିଆଲ୍ ଯୋଗ ଦେଇଥିଲେ । ଦୁର୍ନୀତି ନିବାରଣ ନିମନ୍ତେ ଛାତ୍ର ଶକ୍ତି ସଚେତନ ହୋଇ ସମାଜ ର ଏକ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବାକୁ ମୁଖ୍ୟ ବକ୍ତା ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବିରୁଦ୍ଧର ସ୍ୱର ଉତ୍ତୋଳନ କରୁଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

ସମ୍ମାନୀତ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ପୂର୍ଣ ଚନ୍ଦ୍ର ଦାସ , ସାମ୍ବାଦିକ ସଂକେତ ପାତ୍ର , ଶିକ୍ଷକ ପ୍ରବୀଣ କୁମାର ରଥ , ଜିଲ୍ଲା କିନ୍ନର ସଂଘ ସମ୍ପାଦକ ତଥା ସମାଜସେବୀ ପିଙ୍କି ମହାପାତ୍ର , ସମାଜସେବୀ ରବି ଶଙ୍କର ଗମାଙ୍ଗ, ସୂଚନା ଅଧିକାର କର୍ମୀ ସିଦ୍ଧାର୍ଥ ଦାଶ , ଜିଲ୍ଲା କିନ୍ନର ସଂଘ ସମ୍ପାଦକ ତଥା ସମାଜସେବୀ ପିଙ୍କି ମହାପାତ୍ର , ସୁଚନା ଅଧିକାର କର୍ମୀ ମାଧବ ବିଡିକା , ଅଟୋ ଚାଳକ ନୀଳ ମାଧବ ଶତପଥି , ସାମ୍ବାଦିକ ସୂର୍ଯ୍ୟ ପଟ୍ଟନାୟକ ଓ ହରିହର ଶତପଥି ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମ ଟିକୁ ସଂଘ ର ଜିଲ୍ଲା ଆବାହକ ଶକ୍ତି ଦାଶ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଥାୟାରାମା ବାଳିକା ମହା ବିଦ୍ୟାଳୟ ର ଛାତ୍ରୀ , ମହର୍ଷି ଗୁରୁକୁଳ ର ଛାତ୍ର ଛାତ୍ରୀ , ବଂଶଧାରା ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଗୁଣୁପୁର ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।