ରାଜଗାଙ୍ଗପୁର : (ମନୋଜ ଭୋଳ ଙ୍କ ରିପୋର୍ଟ)-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ନିଡାମ୍ବର ଭାବରେ ଗଜ ଲଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି | ପ୍ରତେକ ବର୍ଷ ଧୁମ ଧାମ ରେ ଏଠାରେ ଗଜ ଲଷ୍ମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଗତ ଦୁଇ ବର୍ଷ ହେବ କୋରଣା ମହାମାରୀ ଯୋଗୁଁଏହି ସ୍ଥାନ ରେ ଲଷ୍ମୀ ପୂଜା ଫିକା ପଡିଥିବା ଜଣାପଡିଛି | ଏ ବର୍ଷ ମଧ୍ୟ କୋଭିଡ ଗାଇଡ଼ ଲାଇନ କୁ ଆଖି ଆଗରେ ରଖି ନିଡାମ୍ବର ସହ ଏଠାରେ ଲଷ୍ମୀ ପୂଜା କମିଟି ତରଫରୁ ଅନୁଷ୍ଠିତ ହୋଇଛି | ଏହି ଅବସର ରେ ଆଜି ସ୍ଥାନୀୟ ବାବାତଲାବ ରୁ ପବିତ୍ର ଜଳ କଳସ ଅଣାଯାଇ ମଣ୍ଡପ ରେ ମା ଙ୍କ ରିତିନୀତି ଅନୁସାରେ ପୂଜାର୍ଚନ କରାଯାଇଥିଲା |ମୁଖ୍ୟ ପୂଜକ ରତ୍ନାକର ପତି ଙ୍କ ସହ ନନ୍ଦ କିଶୋର ଶର୍ମା ,ନମି ସନ୍ୟାସୀ ,ରାମ ପ୍ରେବେଶ ଚୌଧିରି,ରବି କୁମାର ଗୁପ୍ତା,ରମେଶ କେଶରୀ ,ସହ ଦେବ ବେହେରା ଙ୍କ ଦ୍ଵାରା ସ୍ଥାନୀୟ ବାବା ତଲାଵ ରୁ ପବିତ୍ର ଜଳ କଳସି ମଣ୍ଡପ କୁ ଅଣାଯାଇଥିବା ବେଳେ ବିଧି ବଧ ଭାବେ ମା ଲଷ୍ମୀ ଙ୍କ ପୂଜାର୍ଚନା ହୋଇଥିଲା |ଏହି ଅବସର ରେ ଗଜ ଲଷ୍ମୀ ପୂଜା କମିଟି ର ପ୍ରଫୁଲ୍ଲ କୁମାର ସାହୁ ,ବିଶ୍ଵଜିତ ସତପତି,ଗିରିଜା ସାମଲ ,ମନୋଜ ତନ୍ତୀ ଓ ଅନ୍ୟ ସଦସ୍ୟ ମାନେ ପୂର୍ଣ ସହଯୋଗ କରିଥିଲେ |