କାଳୁପଡ଼ା ଘାଟ:-୨୦/୧୦(ବିନୁ ଦାସ୍), ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଜରିପଡା ପଞ୍ଚାୟତ ଚିଲିକା ସାହି ରେ ଘଟିଯାଇଛି ଦୁଃଖଦ ଘଟଣା । କୁମାର ପୂର୍ଣମୀ ପାଳନ ପାଇଁ ଝିଅ ବୋହୁ ସଜବାଜ ହେଉଥିବା ବେଳେ ଚିଲିକା ସାହି ଗ୍ରାମବାସୀ ଙ୍କୁ ସ୍ତବ୍ଧ କରିଛି ଜଣେ ନବବଧୁଙ୍କ ଆତ୍ମହତ୍ୟା । ସୂଚନା ମୁତାବକ ସେହି ଗ୍ରାମର ଗଙ୍ଗାଧର ଉଦଣ୍ଡରାୟ ଙ୍କର ପୁତ୍ରବଧୁ ମିନତୀ ଉଦଣ୍ଡରାୟ ଫ୍ୟାନରେ ଲୁଗା ଲଗେଇ ଆତ୍ମହତ୍ୟା କରିଛନ୍ତି । ମୃତକ ମିନତୀ ଙ୍କର ସ୍ୱାମୀ ତୋଫାନ ନିଜ କଣ୍ଟ୍ରାକ୍ଟର କାମ ପାଇଁ ଭୁବନେଶ୍ବର ଯାଇଥିଲେ । ଘରେ କେବଳ ତୋଫାନ ଙ୍କର ବାପା ବୋଉ ଏବଂ ସ୍ତ୍ରୀ ମିନତୀ ରହୁଥିଲେ । ତେବେ କେଉଁ କାରଣରୁ ମିନତୀ ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ ।
ଅପରପକ୍ଷରେ ମିନତୀ ଙ୍କର ପରିବାର ପକ୍ଷରୁ ମିନତୀଙ୍କୁ ଯୌତୁକ ଦାବି କରି ଶାଶୁଘର ଲୋକେ ମାରିଦେଇଛନ୍ତି ବୋଲି ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା କୁ ଗୁରୁତ୍ୱ ଦେଇ ଟାଙ୍ଗୀ ଥାନା କେଶ୍ ନମ୍ବର ୪୦୩/୨୧ ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି । ଘଟଣା ସ୍ଥଳରେ ଚିଲିକା ଆଡ଼ିସିନାଲ ତହସିଲଦାର ଶ୍ରୀମତୀ ଅପର୍ଣ୍ଣ। ଡ଼ାଙ୍ଗୁଆ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଙ୍କର ଉପସ୍ଥିତ ରେ ଶବ ବ୍ୟବଚ୍ଛେଦ ସହ ଶବ ଜବତ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଗ୍ରାମବାସୀ କହିଛନ୍ତି କି ଏହା ହତ୍ୟାକାଣ୍ଡ ନୁହେଁ ଆତ୍ମହତ୍ୟା ଏବଂ ସେମିତି କିଛି ପାରିବାରିକ ଗଣ୍ଡଗୋଳ ହେବାର ଆମେ କେବେ ଦେଖିନୁ କି ଗତ ରାତିର ତୋଫାନ ଘରେ ନଥିଲା । କିନ୍ତୁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି କି ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁ ର କାରଣ ଜଣାପଡିବ । ଏହି ଘଟଣା ରେ ଟାଙ୍ଗୀ ପୋଲିସ ସ୍ୱାମୀ ତୋଫାନ ଏବଂ ବାପା ବୋଉ ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।