ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ), ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଗତ କିଛି ମାସ ପୂର୍ବେ ରାସ୍ତା ପ୍ରଶସ୍ତି କରଣ ପାଇଁ ଉଛେଦି କରଣ ସହର ର ବିଭିନ୍ନନ ସ୍ଥାନ ରେ କରାଯାଇଥିବା ବେଳେ ବର୍ତ୍ତମାନ ତାହା ପୁନଶ୍ଚ ଜବରଦଖଲ କାରୀ ଙ୍କ କବଜ୍ଜା ରେ ହେଲେ ନା ଏଦିଗରେ କିଛି ପଦକ୍ଷେପ ନେଉଛି ପୌରପାଳିକା ନା ଏ ଦିଗରେ କିଛି ପଦକ୍ଷେପ ନେଉଛି ପ୍ରଶାସନ | ସମସ୍ତେ ସାଜିଛନ୍ତି ଏ ଦିଗରେ ନିରବଦ୍ରଷ୍ଟା | ସୂଚନା ଅନୁଯାୟୀ ଗତ କିଛି ମାସ ପୂର୍ବେ ରାଜଗାଙ୍ଗପୁର ପୌରପାଳିକା ପକ୍ଷ ରୁ ସହର ର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ ରେ ଥିବା ଜବରଦଖଲ ଥିବା ଜାଗା କୁ ଖାଲି କରାଯାଇଥିଲା |ସେତେବେଳେ ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ରହିଥିବା ବେଳେ ତାଙ୍କ ଉପସ୍ଥିତି ରେ ସହର ର ଲିପିଲୋଇ,ରରଜଗଙ୍ଗପୁର ବସ୍ ଷ୍ଟାଣ୍ଡ ,ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରସମ୍ମୁଖ ,ଓ ଅନ୍ୟନ ସ୍ତନ ରେ ରାସ୍ତା ପ୍ରଶସ୍ତି କରଣ ପାଇଁ ଉଛେଦି କରଣ କରାଯାଇଥିବା ବେଳେ ବର୍ତ୍ତମାନ ଏହା ପୁନଃ ଜବର ଦାଖଲ ରେ ରହିଥିବା ଦେଖିବାକୁ ମିଳୁଛି | ମୁଖ୍ୟତଃ ରାଜଗାଙ୍ଗପୁର ବସ୍ ଷ୍ଟାଣ୍ଡରେ ଏହା ଦେଖିବାକୁ ମିଳୁଛି ଯାହା ନେଇ ପ୍ରତେକ ଦିନ କଳହ ମଧ୍ୟ ଦେଖିବାକୁ ମିଳୁଛି |
ପୌରପାଳିକା ତରଫ ରୁ ଉଛେଦି କରଣ ପାରେ ରାଜଗାଙ୍ଗପୁର ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଥାନା ପ୍ରଯନ୍ତ ଜବର ଦଖଲ କରି ରହିଥିବା ଉଠା ଦୋକାନୀ ଓ ଅନ୍ୟାନ ଜବର ଦଖଲ କାରୀ ଙ୍କ ଠାରୁ ଉଛେଦି କରଣ କରାଯାଇଥିବା ବେଳେ ବର୍ତ୍ତମାନ ଏ ଦିଗରେ କାହାର ଧ୍ୟାନ ନଯାଉଥିବା ବେଳେ ଏହା ଏବେ ପୁନଃ ପୂର୍ଵ ଅବସ୍ଥା କୁ ଫେରିବାରେ ଲାଗିଛି | ଯାହାର ସ୍ପଷ୍ଟ ଉଦାହରଣ ସାଜିଛି ରାଜଗାଙ୍ଗପୁର ବସ୍ ଷ୍ଟାଣ୍ଡ | ଯେଉଠିକି ଏବେ ଦୋକାନୀ ମାନେ ଉଛେଦି। କରଣ କରାଯାଇଥିବା ଜାଗା ଉପରକୁ ମାଡି ଆସିଥିବା ବେଳେ ରାଜଗାଙ୍ଗପୁର ଥାନା ପ୍ରଯନ୍ତ ବଢିବାକୁ ଲାଗିଲେଣି | ଯଦି ଏ ଦିଗରେ ପୌରପାଳିକା ଓ ପ୍ରଶାସନ ଏଭଳି ନିରବ ଦ୍ରଷ୍ଟା ସାଜିଲେ ନିଚିତ ଭାବରେ ଆଗାମୀ ଦିନ ରେ ଏହା ପୁନଃ ରୂପ କୁ ଫେରିବା କୁ ରୋକ ଯାଇ ପାରିବ ନାହିଁ |ଏହା ଛଡା ଏହା ଦ୍ୱାରା ଏଠାରେ ଟ୍ରାଫିକ ସମସ୍ୟା ଭଳି ଅବସ୍ଥା ଉପୁଜୀବ |ଏଣୁ ଏ ଦିଗରେ ପ୍ରଶାସନ ଓ ପୌରପାଳିକା ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ନିଜର ନୀରବତା ଭାଙ୍ଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏଠାରେ ଯେଉଁ ପରିସ୍ଥିତି ଦେଖାଦେବ ତାହା ପାଇଁ ପୌରପାଳିକା ଓ ପ୍ରଶାସନ ହିଁ ଦାୟୀ ହେବେ ତାହାକୁ ଏଡାଇ ଦିଆ ଯାଇ ପାରିବ ନାହିଁ |