ରାଜଗାଙ୍ଗପୁର ଜଳ ଯୋଗାଣ ବିଭାଗ ର ଅବହେଳା ,ସହର ବାସୀ କୁ ସମୟ ରେ ମିଳୁନି ପାନୀୟ ଜଳ

ରାଜଗାଙ୍ଗପୁର,୦୩।୧୦, (ମନୋଜ ଭୋଳଙ୍କ ରିପୋର୍ଟ) :- ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ବର୍ତ୍ତମାନ ଜଳ ଯୋଗାଣ ବିଭାଗ ର ଅବହେଳା ନୀତି ଦିନ ଦେଖିବାକୁ ମିଳୁଥିବା ବେଳେ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହା ଫଳରେ ସହର ବସି ଙ୍କୁ ନାହିଁ ନଥିବା ର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ସହରାଞ୍ଚଳ ରୁ ନେଇ ଗ୍ରାମାଞ୍ଚଳ ରେ ବିଭନ୍ନ ପ୍ରକାର ଯୋଜନା ରେ ଜଳ ଯୋଗାଣ ପ୍ରକଳ୍ପ ମାନ ତିଆରି କରିବା ସହିତ ଉଦ୍ଘାଟନ ହୋଇସାରିଛି | ବର୍ତ୍ତମାନ ତାହା କେବଳ ଫଳକ ରେ ହିଁ ଶୋଭା ପାଉଛି |ପ୍ରକଳ୍ପ କୁ ଯିବାକୁ ତିଆରି କରାଯାଇଥିବା ରାସ୍ତା ମଧ୍ୟ ଅତି ନିମ୍ନ ମାନର ହୋଇଛି | ଜାଗା ରେ ଜାଗା ରେ ଗର୍ତ ହୋଇଥିଲେ ମଧ୍ୟ ଏଠି ପ୍ରତି ଧ୍ୟାନ ଦିଆଯାଉ ନାହିଁ |

ଏହା ଛଡା ଜଳ ଯୋଗାଣ ବିଭାଗ ଦ୍ଵାରା ସହର ରେ ଯେଉଁ ପାନୀୟ ଜଳ ଯୋଗାଇ ଦିଆଯାଉଛି ସେଥିରେ ସଫା ପାଣି ଆସୁ ନଥିବା ବେଳେ ବହୁ ସ୍ଥାନରେ ପାନୀୟ ଜଳ ଦିନେ ଆସୁଥିଲେ ମଧ୍ୟ ଅନ୍ୟ ଦିନରେ ନାହିଁ |” ଏମିତିକି ରାଜଗାଙ୍ଗପୁର ସହର ରେ ବହୁ ସ୍ଥାନରେ ଲୋକେ ଏହି ଜଳ ଉପରେ ପୁରା ପୁରି ନିର୍ଭର କରୁଥିବା ବେଳେ ଜଳଯୋଗାଣ ର ଏହି ଅବହେଳା ଯୋଗୁଁ ସେଠାକାର ବାସିନ୍ଦା ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ମଧ୍ୟ ଜଳ ଯୋଗାଣ ବିଭାଗ ରେ ଅଭିଯୋଗ କଲେ ମଧ୍ୟ ସମସ୍ତେ ସାଜିଛନ୍ତି ଅନ୍ଧ ,ମୁକ ,ବଧିର | ଏମିତିକି ବର୍ଷ ବର୍ଷ ଧରି ଏମିତିକା ଅଭିଯୋଗ ସହର ବାସୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ବେଳେ ସେମାନେ ନିଜର କାର୍ଯ୍ୟ ଠିକ ସେ କରୁ ନାହାନ୍ତି |ସରକାର ଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ପ୍ରକଳ୍ପ ଗୁଡିକ ର ଅର୍ଥ କିଛି ନାହିଁ ଯେଉଁଠି ଲୋକଙ୍କ ହିତ କାର୍ଯ୍ୟ ରେ କରାଯାଉଥିବା ପ୍ରକଳ୍ପ ଯାହା ଲୋକ ଙ୍କ କାର୍ଯ୍ୟ ରେ ଆସୁନାହିଁ | ଏଭଳି ପ୍ରକଳ୍ପ କେବଳ ଆଖିକୁ ଦେଖା ଯିବା ପାଇଁ ,ଏଣୁ ଏ ଦିଗରେ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବି ହୋଇଛି |