ବାଲୁଗାଁ, ୩।୧୦, ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବାଲୁଗାଁ ଅଶୋକ ନଗରସ୍ଥିତ ଶ୍ରୀ ଉମାମହେ ଶ୍ବର ବଣିକ ସଂଘ ସଭା ଗୃହରେ ଆଜି ବିଶ୍ବ ଜଳାତଙ୍କ ରୋଗ ଦୂରୀକରଣ ସପ୍ତାହ ପାଳନ କରିବା ଅବସରରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଖୋର୍ଦ୍ଧା ଜିଲ୍ଲା ମୂଖ୍ଯ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୀଷ କୁମାର ଶତପଥି ଉକ୍ତ କାର୍ଯ୍ଯକ୍ରମକୁ ଉଦଘାଟନ କରିବା ସହିତ ତାଙ୍କର ଉଦଘାଟନୀ ବକ୍ତବ୍ଯରେ ଗୃହପାଳିତ ପଶୁ, ବିଶେଷ କରି ପୋଷା କୁକୁର ତଥା ବୁଲା କୁକୁର ମାନଙ୍କୁ ଟିକାକରଣ କରାଇ ଜଳାତଙ୍କ ରୋଗକୁ ଦୁରେଇ ହେବ ବୋଲି କହିଥିଲେ ଏବଂ ରୋଟାରୀ କ୍ଳବ ଦ୍ବାରା ଏହିପରି ଏକ କାର୍ଯ୍ଯକ୍ରମରେ ମୂଖ୍ଯ ଅତିଥି ଭାବେ ଯୋଗଦେବା କଥା ପ୍ରକାଶ କରିଥିଲେ । ସେହିପରି ଆଜିର ମୂଖ୍ଯ ବକ୍ତା ଓଡିଶା ବାୟୋଲୋଜିକାଲ ପ୍ରଡକ୍ସନ ସଂସ୍ଥାର ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଧେଶକ ତଥା “ପଥେ ପାଠଶାଳା” ର ଡାଇରେକ୍ଟର ଡାକ୍ତର ବଳରାମ ସାହୁ ତାଙ୍କ ବକ୍ତବ୍ଯରେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ଏହିଭଳି ଏକ ଜନସଚେତନତା କାର୍ଯ୍ଯକ୍ରମର ଆୟୋଜନ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ ।
ଜଳାତଙ୍କ ରୋଗ ବିଷୟରେ ଅନେକ ତଥ୍ଯ ବିସ୍ତୃତ ଭାବେ ରଖିବା ସହିତ ପୋଷା ଜୀବ ମାନଙ୍କ ଉପଯୁକ୍ତ ଚିକିତ୍ସା କରିବା ତଥା ସେମାନଙ୍କୁ ସଠିକ ସମୟରେ ଟିକା ପ୍ରଦାନ କରି ସେମାନଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହେଉଥିବା ଭୟଙ୍କର ଜଳାତଙ୍କ ରୋଗକୁ ଏଡାଇ ଦିଆଯାଇପାରୁଥିବା ବିଷୟ ପ୍ରକାଶ କରିଥିଲେ । କ୍ଳବର ଚାର୍ଟର ସଭ୍ଯ ଡାକ୍ତର ଯୋଗୀନ୍ଦ୍ର ସେନାପତି ମଧ୍ଯ ଜଳାତଙ୍କ ରୋଗର ଭୟାବହତା ତଥା ତା’ ଠାରୁ ରକ୍ଷା ପାଇବା ଉପାୟ ଜଣାଇଥିଲେ । କ୍ଳବର ସଭାପତି ଗୋପାଳଚନ୍ଦ୍ର ନାୟକ, ସଂପାଦକ ସଚ୍ଚିଦାନନ୍ଦ ସେଠୀଙ୍କ ସମେତ ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ଡାକ୍ତର ଦେବେନ୍ଦ୍ର କୁମାର ସୋଲାଙ୍କି, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଓମପ୍ରକାଶ ଅଗ୍ରୱାଲ, ସରୋଜିନୀ ଦାଶ, ପ୍ରବୀଣ ଜେନା, ପଦ୍ମନାଭ ମାଝି ଓ ଜଗଦୀଶ ଲାଖୋଟିଆ ତଥା ସଭ୍ଯ ହିମାଂଶୁ ପାତ୍ର, ଶ୍ଯାମସୁନ୍ଦର ପୃଷ୍ଟି ସଭା କାର୍ଯ୍ଯ ପରିଚାଳନା କରିଥିବା ବେଳେ ବାଲୁଗାଁ କଲେଜ ଜାତୀୟ ସେବା ସଂସ୍ଥାର ସଂଯୋଜକ ତଥା କ୍ଳବର ସଦସ୍ଯ ଅଧ୍ଯାପକ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ତତ୍ବାବଧାନରେ ସଂସ୍ଥାର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ କ୍ଳବର ସଦସ୍ଯ ଆଡଭୋକେଟ ବିପ୍ଳବ କୁମାର ମୁଦୁଲି ଉଭୟ ଅତିଥି ମହୋଦୟଙ୍କ ଠାରୁ ଅନେକ କିଛି ଜାଣିବାକୁ ପାଇଥିବାରୁ ସେମାନଙ୍କୁ ତଥା ଉପସ୍ଥିତ ସମସ୍ତ ରୋଟାରୀଆନ, ସ୍ଥାନୀୟ ଜନସାଧାରଣ ଏବଂ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କୁ ଧନ୍ଯବାଦ ଦେଇଥିଲେ ।