ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଗୁଣୁପୁର,୧୮।୦୯, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣୁପୁର ଶାଖା ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ରହିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗୁଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯଶବନ୍ତ ହିୟାଲ୍ ଏବଂ ଜୁପିଟର୍ ଆନ୍ତର୍ଜାତୀୟ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ମଞ୍ଚାସୀନ ହୋଇଥିଲେ ।

ସୁଶ୍ରୀ ତେଜଶ୍ୱରୀ ଗରଡିଆ କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ର ନଗର ସଭାପତି ଶ୍ରୀ ପ୍ରଫୁଲ ଲିମା ମଞ୍ଚ ପରିଚାଳନା କରିଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ର ନଗର ସମ୍ପାଦକ ଶ୍ରୀ ସାଇ କୁମାର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାର୍ଥୀ ଙ୍କ ଉନ୍ନତି ନିମନ୍ତେ କିଭଳି କାର୍ଯ୍ୟକ୍ରମ କରାଯାଇଛି ଏବଂ କିପରି କାର୍ଯ୍ୟକ୍ରମ କୁ ହାତ କୁ ନିଆଯାଇଛି ସେହି ବିଷୟ ରେ ଉପସ୍ଥାପନା କରିଥିଲେ ।

୨୦୨୧ ବର୍ଷ ର ଦଶମ ଏବଂ ଯୁକ୍ତ ଦୁଇ ରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଗଜପତି ବିଭାଗ ପ୍ରମୁଖ ଶ୍ରୀ ଉମା ଶଙ୍କର ଦାଶ , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ରାୟଗଡ଼ା ଜିଲ୍ଲା ପ୍ରମୁଖ ଶ୍ରୀ ଶେଷସାଇ ସେନାପତି , ପୂର୍ବତନ ଜିଲ୍ଲା ପ୍ରମୁଖ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ଓ ପୂର୍ବତନ ବିଭାଗ ସମିତି ଶ୍ରୀ ପ୍ରଶାନ୍ତ କୁମାର ହୋତା , ଦେବାଶିସ ସେନାପତି , ତରୁଣ କୁମାର ସାହୁ , ବି ସଙ୍କେତ , ମିହିର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।