ଗୁଣପୁର, (ସିଦ୍ଧାର୍ଥ ଦାସ) – ଗୁଣପୁର ବଂଶଧାରା ନଦୀ ପଠା ର ଲିମାମଡା, ତୁର୍କାନିଗୁଡ଼ା ଏବଂ କତୁରୁ ଠାରୁ ବାଲି ଉଠାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ରେ ଟେଣ୍ଡର ହାସଲ କରିଥିବା ଠିକାଦାର ପରିବେଶ ମଞ୍ଜୁରୀ ନପାଇ ବାଲି ଉଠାଣ କରିପାରୁନଥିବା ବେଳେ ଏହି ଅଞ୍ଚଳରୁ ବାଲି ମାଫିଆ ମାନେ ରାତି ଅଧିଆ ବାଲି ଉଠାଇ ଆନ୍ଧ୍ର କୁ ଚାଲାଣ କରୁଥିବା ଏବଂ ସ୍ଥାନୀୟ ଅଞ୍ଚଳରେ ଚଢା ଦରରେ ବାଲି ବିକ୍ରୟ କରୁଥିବା ନେଇ ଜନ ସାଧାରଣ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ବେଆଇନ ବାଲି ଉଠାଣ କରି ନେଉଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ତହସିଲଦାର ଦାୟିତ୍ଵ ରେ ରହୁଥିବା ଅତିରିକ୍ତ ତହସିଲଦାର ବାଲି ମାଫିଆ ଙ୍କ ସହ ହାତ ମିଳାଇ ବାଲି ଉଠାଇ ନେଉଥିବା ଅଭିଯୋଗ ହେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଗୁଣପୁର ଠାରେ ନିୟମିତ ଭାବେ ଜଣେ ତହସିଲଦାର ଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଶରତ ଚନ୍ଦ୍ର ନାୟକ ତହସିଲଦାର ଭାବେ କାର୍ଯ୍ୟ ଭାର ଗ୍ରହଣ କରିବା ପରେ କିଛି ମାତ୍ରାରେ ବାଲି ଚୋରା ଚାଲାଣ ଉପରେ ରୋକ୍ ଲାଗିପାରିଛି। ବରମ୍ବାର ଧରପଗଡ଼ କରି ବେଆଇନ ଭାବେ ବାଲି ଉଠାଣ କରୁଥିବା ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବା ସତ୍ତ୍ୱେ ବି ବାଲି ଚୋରା ଚାଲାଣ ବନ୍ଦ ହୋଇ ପାରିନାହିଁ। ଜରିମାନା ଆଦାୟ କରିବା ସହ ଏମାନଙ୍କ ବିରୁଦ୍ଧରେ ଚୋରା ଚାଲାଣ କେଶ୍ ଦାୟାର କରାଗଲେ ଚୋରି ହାର୍ କମି ପାରନ୍ତା ସାଧାରଣ ରେ ଆଶା ପ୍ରକାଶ ପାଇଛି। ବାଲି ପଠାରୁ ରାତି ତମାମ ବାଲି ଉଠାଣ ହେଉଥିବା ଅଭିଯୋଗ ହେବା ପରେ ଏବଂ ରାତି ରେ ବାଲି ଉଠାଇ ନେଉଥିବା ଟ୍ରାକ୍ଟର ଗୁଡିକୁ ଅଟକାଇ ଏଗୁଡିକୁ ଜବତ କରିବା ନିମନ୍ତେ ସ୍ଥାନୀୟ ପୋଲିସ ବିଭାଗ ଅଧିକାରୀ ଙ୍କୁ ଜଣା କରିବା ପରେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଏବଂ ତୁମେ ଶୋଇ ଯାଅ ଆମେ ବୁଝିବୁ କହି ଏଡ଼ାଇ ଦେଉଥିବା ଘଟଣା ବର୍ତ୍ତମାନ୍ ସାଧରଣ ରେ ଚର୍ଚ୍ଚା ର ବିଷୟ ପଲାଟି ଥିବା ବେଳେ ବଂଶଧାରା ବାଲି ପଠା ରୁ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ଜନ ଶୁଣାଣି କରାଯାଇଛି। ଜନ ଶୁଣାଣି ବେଳେ ଅନେକ ବ୍ୟକ୍ତି ବାଲି ଚୋରା ଚାଲାଣ ବିଷୟକୁ ଉଠାଇଛନ୍ତି। ଏହା ସ୍ଥାନୀୟ ପୋଲିସ ବିଭାଗ ର କାର୍ଯ୍ୟ ଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏପରିକି ଜନ ଶୁଣାଣି ସ୍ଥାନରେ ପୋଲିସ୍ କର୍ମକର୍ତ୍ତା ବାଲି ମାଫିଆ ଙ୍କ ସହ ହାତ ମିଳାଇ ସେମାନଙ୍କ ବ୍ୟକ୍ତିଗତ ଗୃହ ନିର୍ମାଣ ନିମନ୍ତେ ବାଲି, ଗୋଡ଼ି ଓ ପଥର ହାତେଇ ନେଉଥିବା ବିଷୟ ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛି। ତେବେ ଏହି ପୋଲିସ ବିଭାଗୀୟ ଅଧିକାରୀ ଜଣଙ୍କ କିଏ ଏହା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଏହାଙ୍କ ନାମ ପ୍ରକାଶ କଲେ ବିଭିନ୍ନ ଦଫା ଲାଗଇ କେଶ୍ ଦୟାର କରିବା ନିମନ୍ତେ ଧମକ ଚମକ ଦେଉଥିବା କଥା ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛି। ଏହି ଅଧିକାରୀ ଜଣଙ୍କ କିଏ ଏହାର ତଦନ୍ତ କରାଯିବା ନିମନ୍ତେ ସାଧାରଣ ରେ ଦାବୀ ହେଉଛି । ଏପରିକି ପୋଲିସ ବିଭାଗର ପେଟ୍ରୋଲିଂ ଉପରେ ଅଭିଯୋଗ ଉଠିଛି। ଯଦି ଠିକ୍ ଭାବେ ପେଟ୍ରୋଲିଂ ହୋଇପାରନ୍ତା ତେବେ ଗୁଣପୁର ଅଞ୍ଚଳର ମୁଖ୍ୟ ରାସ୍ତା ଉପରୁ ଚୋରୀ ଯାଇନଥାନ୍ତା। ବାଲି ମାଫିଆ ଙ୍କ ସୁରକ୍ଷା ନିମନ୍ତେ କେବଳ ପୋଲିସ ଏହି ପେଟ୍ରୋଲିଂ ବ୍ଯବସ୍ଥା ବୋଲି ସମାଲୋଚନା କରାଯାଉଛି। ପରିବେଶ ମଞ୍ଜୁରୀ ନିମନ୍ତେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ରେ ଅଧିକ ମାତ୍ରାରେ ବାଲି ଚୋରା ଚାଲାଣର ଅଭିଯୋଗ ଉଠିବା ସହ ପରୋକ୍ଷ ରେ ପୋଲିସ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ଅଧିକ ମାତ୍ରା ରେ ହୋଇଥିବା ଦେଖା ଦେଇଛି। ବାଦ ବିବାଦ ମଧ୍ୟରେ ଜନ ଶୁଣାଣି ଶେଷ ହୋଇଥିବା ରୁ ପରିବେଶ ମଞ୍ଜୁରୀ ମିଳିପାରିବ ନାଁ ନାହିଁ ଏହାର ଆଶଙ୍କା ଦେଖା ଦେଇଛି।