ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ), ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୫ ସ୍ୱାଧୀନ କଲୋନୀ ରେ ଗତ ୨ ମାସ ହେବ ଜଳୁନି ଷ୍ଟ୍ରିଟ ଲାଇଟ । ସନ୍ଧ୍ୟା ହେଲେ ଚାରି ଆଡ଼େ ଛାଉଛି ଅନ୍ଧକାର ହେଲେ ସମସ୍ତେ ସାଜିଛନ୍ତି ନିରବ ଦ୍ରଷ୍ଟା । ସୂଚନା ଅନୁଯାଇ ସ୍ୱାଧୀନ କଲୋନୀ ରେ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଗତ ୨ ମାସ ତଳେ କୋଣସି କାରଣ ରୁ ଖରାପ ହୋଇଥିବା ବେଳେ ସନ୍ଧ୍ୟା ହେଲେ ସେଠାରେ ଅନ୍ଧକାର ଛାଉଛି ।
ଏ ନେଇ ସ୍ଥାନୀୟ ଲୋକ ମାନେ ପୌର ପାଳିକା ରେ ଅଭିଯୋଗ ମଧ୍ୟ କରିଛନ୍ତି ।ହେଲେ ୨ ମାସ ବିତିଗଲେ ମଧ୍ୟ ନା କୋଣସି କାର୍ଯ୍ୟନୁଷ୍ଠାନ ନିଆଯାଇଛି ନା ଏଠାରୁ ଅନ୍ଧକାର ଦୂର ହୋଇଛି । ଫଳରେ ଲୋକମାନେ ଏଠାରେ ଯିବା ଆସିବା କରିବା ସମୟ ରେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ୨ ମାସ ହେବ ଷ୍ଟ୍ରିଟ ଲାଇଟ ଗୁଡିକ ର ଏଭଳି ଅଚଳ ଅବସ୍ଥା ରେ ପଡିରହିବା ଓ ଅଭିଯୋଗ ପରେ ମଧ୍ୟ କୋଣସି କାର୍ଯ୍ୟନୁଷ୍ଠାନ ନ ନିଆଯିବା କୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।