ଅସନ୍ତୋଷ ପ୍ରକାଶ କରି ଗେଟରେ ତାଲା ପକାଇଲେ ପୌରପାଳିକା ର ସଫେଇ ଓ ଠିକା କର୍ମଚାରୀ

ରାଜଗାଙ୍ଗପୁର,୦୭।୦୯, (ମନୋଜ ଭୋଳଙ୍କ ରିପୋର୍ଟ ) ରାଜଗାଙ୍ଗପୁର ପୌରପାଳିକାର ସଫେଇ ଓ ଠିକା କର୍ମଚାରୀ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଉତକ୍ଷିପ୍ତ ହୋଇ ଆଜି ପୌରପାଳିକା କାର୍ଯ୍ୟାଳରେ ତାଲା ପକାଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କର୍ମଚାରୀ ଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ଉତେଜନା ସୃଷ୍ଟି ହୋଇଥିଲା। ପୌରପାଳିକା ର କାର୍ଯ୍ୟକ୍ରମ ସବୁ ବନ୍ଦ ହୋଇଯାଇଥିଲେ । ଅଧିକାରୀ ଙ୍କୁ ମଧ୍ୟ ଘେରାଉ କରିଥିଲେ। ଗତକାଲି ମାହାସୁଲ ଆଦାୟ କୁ ନେଇ ସାପ୍ତାହିକ ବଜାରର ବ୍ୟବସାୟ ମାନେ ଅଧିକାରୀ ଙ୍କୁ ଘେରାଉ କରିବା ସହିତ ମୁଖ୍ୟ ରାସ୍ତାକୁ ବନ୍ଦ କରିଥିଲେ। ଆଜି ସାପ୍ତାହିକ ବଜାରକୁ ପୌରପାଳିକା ତରଫରୁ ବନ୍ଦ କରାଯାଇଥିଲା ଫଳରେ ବ୍ୟବସାୟୀ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବାସଭବନ ଘେରାଉ କରିବା ସହିତ ପୌରପାଳିକା ମଧ୍ୟ ଘେରାଉ କରିଥିଲେ।

ବ୍ୟବସାୟୀ , ସଫେଇ କର୍ମଚାରୀ ଓ ଠିକା କର୍ମଚାରୀ ମାନେ ବିରୋଧ କରିବାରୁ ଅଧିକାରୀ ଘଟଣା ସ୍ଥଳରୁ ପଳାଇଥିଲେ। ଅପରାହ୍ନ ସମୟରେ ଅଧିକାରୀ ଓ କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଳୟକୁ ଆସିଥିଲେ। ଉତ୍ୟକ୍ତ କର୍ମଚାରୀ ମାନେ କାର୍ଯ୍ୟାଳୟ ଖୋଲିବାକୁ ଦେଇନଥିଲେ। ଏହି ପରିସ୍ଥିତିରେ କର୍ମଚାରୀ ମାନେ ଅଧିକାରୀ ଓ ଆସିଥିବା କର୍ମଚାରୀ ମାନଙ୍କୁ ଠେଲା ପେଲା କରିଥିଲେ। ଅସ୍ୱାଭାବିକ ପରିସ୍ଥିତି କୁ ଦେଖି ଅଧିକାରୀ ଘଟଣା ସ୍ଥଳରୁ ପଳାଇଥିଲେ। ଏହି ଘଟଣା କୁ ସଫେଇ କର୍ମଚାରୀ ମାନେ ଖଣ୍ଡନ କରିବା ସହିତ ଜାତିଆଣ ଭେଦଭାବ ଦେଖାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ସଫେଇ ଓ ଠିକା କର୍ମଚାରୀ ମାନେ ଅଭଯୋଗ କରିଛନ୍ତି। ଏହି ଘଟଣା ପାଇଁ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି