ଜନତା କଟାକ୍ଷ : ଗୁଣପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କୃତ୍ରିମ ପୋଖରୀରେ ହେବ ମାଛ ଚାଷ

ଗୁଣପୁର,୦୬।୦୭, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ଗୁଣପୁର ପୋୖରାଞ୍ଚଳ ରେ ଦୀର୍ଘ ଦିନ ହେବ ଡ୍ରେନେଜ୍ ସମସ୍ୟା ଲାଗି ରହିଛି । ଏହାର ସମାଧାନ ଦିଗ ରେ ପୌର ପରିଷଦ ପକ୍ଷରୁ କିଛି ଲୋକ ଦେଖାଣିଆ କାମ କରି ଗୁଣପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ ହାତ ଝାଡି ବସିଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହେଉଛି । ଲାଗି ରହିଥିବା ଲଗାଣ ବର୍ଷା ରେ ବେହାଲ ଗୁଣପୁର ସହର । ଇତି ମଧ୍ୟରେ ଗୁଣପୁର ସହର ର ବିଭିନ୍ନ ସ୍ଥାନରେ ଦେଖା ଦେଇଛି କୃତ୍ରିମ ପୋଖରୀ । ଗୁଣପୁର ନୂତନ ବସ୍ ଷ୍ଟାଣ୍ଡ ର କଳେବର ବୃଦ୍ଧି କରିବା ନାମ ରେ ଗୁଣପୁର ପୌର ପରିଷଦ ପକ୍ଷରୁ କୌଣସି ଯୋଜନା ବିହୀନ ଭାବେ ୱାନ୍ ୱେ ସାଇଡ୍ ରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଛି ପାଦଚଲା ରାସ୍ତା ।

ଏହି କାର୍ଯ୍ୟ ରେ ଟେଣ୍ଡର ପାଇଥିବା ଠିକାଦାର ଙ୍କ ସହ ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆପୋଷ ବୁଝାମଣା ଯୋଗୁଁ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଲଗାଣ ବର୍ଷା ହେତୁ ଏହି ଅଂଚଳରେ ପାଣି ଜମି ରହୁଥିବା ଯୋଗୁଁ ଏହାକୁନେଇ ଜନସାଧାରଣ କଟାକ୍ଷ କରି କହିବାକୁ ଲାଗିଲେଣି କୃତ୍ରିମ ପଖୋରୀ ରେ ଗୁଣପୁର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମାଛ ଚାଷ କରିବା ନେଇ ଏକ ଅଭିନବ ପ୍ରୟାସ କରୁଛନ୍ତି କି ? ଗୁଣପୁର କୁ ସବୁଜ ସୁନ୍ଦର ଓ ସ୍ୱଚ୍ଛ କରିଛୁ କହୁଥିବା ପ୍ରଶାସକ ଆଗାମୀ ଦିନ ରେ ଗୁଣପୁର ର ଡ୍ରେନ୍ ସମସ୍ୟା ଦୁର କରିବେ ନା ପୁଣି ବର୍ଷା କୁ ଅପେକ୍ଷା କରି କୃତ୍ରିମ ପୋଖରୀ ରେ ମାଛ ଚାଷ କରିବା ଭଳି ଅଭିନବ ପ୍ରୟାସ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।