ଢେଙ୍କାନାଳ,୨୦/୦୮, ଆଗକୁ ରାକ୍ଷୀପୂର୍ଣ୍ଣିମା ଆସୁଥିବା ବେଳେ ବର୍ତ୍ତମାନ ଢେଙ୍କାନାଳର ବିଭିନ୍ନ ରାକ୍ଷୀମାର୍କେଟ ମାନଙ୍କରେ ଭିଡ ପରିଲକ୍ଷିତ ହେଉଅଛି । ପୂର୍ବ ବର୍ଷ ତୁଳନାରେ ବ୍ୟବସାୟ ଆଶାନୁରୂପ ଭାବେ ଚାଲୁଥିବା କଥା କିଛି ବ୍ୟବସାୟୀ ମତ ରଖିଛନ୍ତି । ସହରର ବିଭିନ୍ନ ରାକ୍ଷୀମାର୍କେଟ ଗୁଡିକରେ ଭଳିକି ଭଳି ରାକ୍ଷୀ ବିକ୍ରିହେଉଥିବାର ନଜର ଆସୁଅଛି । ଆସନ୍ତା ୨୨ ତାରିଖରେ ଏହିବର୍ଷ ରଖିପୂର୍ଣ୍ଣିମା ପଡୁଥିବା ବେଳେ ସଂଧ୍ୟା କିମ୍ବା ଦିନ ମାନଙ୍କରେ ମଧ୍ୟ ଗହଳି ପରିଲକ୍ଷିତ ହେଉଛି । ଢେଙ୍କାନାଳ।ସହରର ବାଜିଚୌକ, ମୀନା ବଜାର, ଲଷ୍ମୀ ବଜାର ଏବଂ ଗଣେଶ ବଜାର ଆଦି ସ୍ଥାନ ମାନଙ୍କରେ ଅନେକ ରାଖୀ ଷ୍ଟଲ ପଡିଥିବାର ମଧ୍ୟ ଆସିଛି ।