ରାଜଗାଙ୍ଗପୁର,୧୯।୦୮, : (ମନୋଜ କୁମାର ଭୋଳଙ୍କ ରିପୋର୍ଟ) ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଗୁରୁବାର ଦିନ ଜିଲ୍ଲା ଯୁବ କଂଗ୍ରେସ ଏକ୍ସଜୁକେଟିଭ ବୋଡ଼ି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରାଜଗାଙ୍ଗପୁର ସହର ସ୍ଥିତ ସତ୍ୟବାଦୀ ହୋଟେଲ ରେ ଅନୁଷ୍ଠିତ ହୋଇଥିବା ବେଳେ ସୁନ୍ଦର ଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଲବର୍ଟ କିଣ୍ଡୋ ଙ୍କ ଅଧକ୍ଷତା ହୋଇଥିଲା । ଏହି ବୈଠକ ରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ର ସମ୍ପାଦକ ଶୁଭମ ଅଗ୍ରୱାଲ, ଓ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହିଥିଲେ । ଏହିବୈଠକ ରେ ଯୁବ କଂଗ୍ରେସ ର କାର୍ଯ୍ୟ କୁ ନେଇ ଆଲୋଚନା କରିବା ସହ କିପରି ସୁନ୍ଦର ଗଡ଼ ଜିଲ୍ଲା ରେ ଯୁବ କଂଗ୍ରେସ ନିଜ ର ଉନ୍ନତି ମୂଳକ କାର୍ଯ୍ୟ କରିବ ଯାହା ଲୋକଙ୍କ ହିତ ପାଇଁ ହେବ ସେ ନେଇ ପ୍ରକାଶ କରାଯାଇଥିଲା । ଏହି ବୈଠକ ରେ ସୁନ୍ଦର ଗଡ଼ ଜିଲ୍ଲା ର ସମସ୍ତ ଅଞ୍ଚଳର ୟୁବ କଂଗ୍ରେସ ସଭାପତି, ଓ ଏକ୍ସଜୁକେଟିଭ ମେମ୍ବର ମାନେ ଉପସ୍ଥିତ ରହିଥିଲେ ।
ଏହି ବୈଠକ ରେ ସମସ୍ତ ଏକ୍ସଜୁକେଟିଭ ମେମ୍ବର ନିଜ ନିଜ ମନ୍ତବ୍ୟ ରଖିଥିବା ବେଳେ କିଭଳି ଯୁବ କଂଗ୍ରେସ ଦଳ ର ଉନ୍ନତି ଦିଗରେ କାର୍ଯ୍ୟ କରିବ ଏହା ଉପରେ ଗୁରୁତ୍ୱ ଦେବା ସହ ସମସ୍ତେ ମିଳିମିଶି କାର୍ଯ୍ୟ କରିବେ ତାହା ନେଇ ଆଲୋଚନା ଚାଲିଥିଲା । ଏହା ସହ ଏହି ବୈଠକ ରେ କଂଗ୍ରେସ ର ଦଳୀୟ ସ୍ଲୋଗାନ ରେ କମ୍ପି ଉଠିଥିଲା । ବୈଠକ ରେ ଓଡିଶା ପ୍ରଦେଶ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ ୟୁବ କଂଗ୍ରେସ ର ଏକ୍ସଜୁକେଟିଭ ମେମ୍ବର ମାନଙ୍କୁ ଦଳ ର ମହତ୍ୱ ଓ କିଭଳି ଦଳ ଲାଗି କାର୍ଯ୍ୟ କରାଯିବ ଏ ନେଇ ସମସ୍ତ ଙ୍କୁ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ । ବୈଠକ ରେ ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ସମ୍ପାଦକ ଶୁଭମ ଅଗ୍ରୱାଲ ସମସ୍ତ ସଦସ୍ୟ ଙ୍କୁ ସାଧୁ ବାଦ ଦେବା ସହ ଦଳ ର ଲୋକା ଅଭିମୁଖୀ କାର୍ଯ୍ୟ, ଓ ସରକାର ଙ୍କ କଳାନୀତି ବିରୋଧରେ ଆନ୍ଦୋଳନ ଓ ଅନ୍ୟାନ ବିଷୟ କୁ ନେଇ ଆଲୋକ ପାତ କରିଥିଲେ । ଶେଷରେ ଯୁବ କଂଗ୍ରେସ ର ଜିଲ୍ଲା ସଭାପତି ଅଲବଟ କିଣ୍ଡୋ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବୈଠକ କୁ ସମାପ୍ତ କରିଥିଲେ ।