ରାଜଗାଙ୍ଗପୁର :୧୮।୦୮, (ମନୋଜ ଭୋଳ ଙ୍କ ରିପୋର୍ଟ) ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଥାନା ରେ କିଛି ଏ ଏସ ଆଇ ଓ ଡ୍ରାଇଭର ଙ୍କ ବଦଳି ହୋଇଥିଲେ ମଧ୍ୟ ସେମାନେ ଥାନା ଛାଡ଼ୁନଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାଇ ରାଜଗାଙ୍ଗପୁର ଥାନା ରେ ଗତ କିଛି ଦିନ ତଳେ କିଛି ଏ ଏସ ଆଇ ଓ ଡ୍ରାଇଭର ଙ୍କ ବଦଳି ପାଇଁ ନିର୍ଦେଶ ଆସିଥିବା ବେଳେ ମଧ୍ୟ ସେମାନେ ରାଜଗାଙ୍ଗପୁର ଥାନା ଛାଡୁ ନାହାନ୍ତି । ଏମିତିକି ସେମାନେ ରାଜଗାଙ୍ଗପୁର ଅଞ୍ଚଳ ରେ ବିଭିନ୍ନ ସନ୍ଦିଗ୍ଧ କାର୍ଯ୍ୟ ରେ ଲିପ୍ତ ରହୁଥିବା ଅଭିଯୋଗ ଜନସାଧାରଣ ରେ ହେଉଥିବା ବେଳେ ତାଙ୍କ ନିର୍ଦେଶ ରେ ଡ୍ରଗ୍ସ ଓ ସଟ୍ଟା କରବାର ଚାଲୁଥିବା ଅଭିଯୋଗ ହେଉଛି । ବଦଳି ପାଇଁ ନିର୍ଦ୍ଧେଶ ଆସିଥିବା ବେଳେ ମଧ୍ୟ ଏମାନେ ରାଜଗାଙ୍ଗପୁର ଥାନା କାହିଁକି ଛାଡୁ ନାହାନ୍ତି ଏ ନେଇ କଳ୍ପନା ଜଳ୍ପନା ଜନସାଧାରଣ ରେ ଉପୁଜୁଥିବା ବେଳେ ମଧ୍ୟ ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ ରହିଛି । ଅନ୍ୟ ଥାନାରୁ ବଦଳି ହୋଇ ଆସି ଥିବା ଅଫିସର ରାଜଗାଙ୍ଗପୁର ଥାନା ରେ ଯୋଗ ଦେଇଥିଲେ ମଧ୍ୟ ଏଠାରୁ ବଦଳି ହୋଇଥିବା ଏ ଏସ ଆଇ ଓ ଡ୍ରାଇଭର ମାନେ ଏଠାରୁ ଯିବାକୁ ଚାହୁଁନଥିବା ଜଣା ପଡିଛି । ଏ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।