ଢେଙ୍କାନାଳ : ଆଇନ ସେବା ପ୍ରାଧିକରଣ ଦ୍ଵାରା ଅନ୍‌ଲାଇନ୍‌ ମାଧ୍ୟମରେ ଆଇନ୍ ସଚେତନତା ଶିବିର

ଢେଙ୍କାନାଳ ,୧୧.୦୮, ଢେଙ୍କାନାଳ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଅନ୍‌ଲାଇନ୍‌ ମାଧ୍ୟମରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ବିଷୟରେ ଶିବିରରେ ଉପସ୍ତିତ ଥିବା ବ୍ୟକ୍ତିବିଶେଷ ମାନେ ସବିଶେଷ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଅବଗତ କରାଇଥିଲେକି କିଭଳି ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଏବଂ ଯଦି କୌଣସି ସମୟରେ କାହାର ଅଧିକାର କ୍ଷୁନ୍ମହେଉଥାଏ ସେକିଭଳି ଭାବରେ ଆଇନଗତ ସହାୟତା ପାଇପାରିବ । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଶତ୍ୟ ଆଚାର୍ଯ୍ୟ ସଙ୍ଗଠିତ ଶ୍ରମିକ, ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଜନମଙ୍ଗଳ ଯୋଜନା ବିଷରେ ଆଲୋକପାତ କରିଥିଲେ । ବ୍ଲକ ସମାଜ ମଙ୍ଗଳ ଅଧୀକାରୀ , ଗଁଦିଆ , ଶ୍ରୀ ଶ୍ୟାମସୁନ୍ଦର ସେ 01 ଲୋକମାନଙ୍କୁ କିଭଳି ଆଧାର ପରିଚୟପତ୍ର , ରାସନ କାର୍ଡ , ଭୋଟର ପରିଚୟପତ୍ର ମିଳିପାରିବ ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । W.E.O , ଗାଁଦିଆ ଶ୍ରୀ ସଚିଦାନନ୍ଦ ପୃଷ୍ଟି ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ବିଷଦ ଭାବରେ ଆଲୋଚନା କରିଲେ ।