ଢେଙ୍କାନାଳ,୦୮।୦୮: ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଲରମଜୀଉ ମନ୍ଦିର ପ୍ରାଙ୍ଗଣରେ ଚିତାଲାଗି ପର୍ବ ପାଳିତ ହୋଇଯାଇଛି ।ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ଫୁଲ ହାର ଲାଗି କରାଯିବା ସହ ଠାକୁରଙ୍କ ମସ୍ତକରେ ଚିତା ଲାଗି କରାଯାଇଥିଲା । ସକାଲେ ବଲହବ ଭୋଗ, ଏଗାରଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ବେଳେ ମଙ୍ଗଳାର୍ପଣ ପୂଜା ପୂଜା କରାଯାଇଥିଲା । ମଧ୍ୟାହ୍ନରେ ଚକା, ପୁଳି, ମିଠା, ପଣା, ଚିତଉପିଠା ,ଫଳମୂଳ,ଅର୍ଣ୍ଣଧୂପ ପୂଜା କରାଯାଇ ଭୋଗ ଲାଗି କରାଯାଇଥିଲା । ପୂଜା ପଣ୍ଡା ମଳୟ କର, ସୁଆର ନୀଳମଣି ଆଚାର୍ଯ୍ୟ, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କହଳିଆ ଟିକନ ବେହେରା ଓ ମନ୍ଦିର ଯିମଦାର ବସନ୍ତ ରଥ ଙ୍କ ନେତୃତ୍ୱରେ ଏହି ପୂଜା ବିଦ୍ଧି ସମ୍ପାଦିତ ହୋଇଥିଲା ।