ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ ଓ କୋଭିଡ ଯୋଦ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ: ୦୭।୦୮, ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ ଓ କୋଭିଡ ଯୋଦ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତ ଭଣ୍ଡାର ପରିସରରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରିବା ସହ ଆମ ପରିବେଶ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ସମସ୍ତେ ସପଥ ନେଇଥିଲେ, ଏହା ସହ କୋଭିଡ ସମୟରେ ଡାକ୍ତର ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ପୋଲିସ, ସମାଜସେବୀ, ସଫେଇ କର୍ମଚାରୀ ମାନେ ଦିନ ରାତି ଅହରହ ଓ ନିଷ୍ଠାପର ନିରନ୍ତର ଭାବରେ ସମସ୍ତ ସେବା କାର୍ଯ୍ୟ ଜାରି ରଖିଥିଲେ ଯାହା ଫଳରେ ଆଜିର ଦିନରେ ଆମେ ସମସ୍ତେ ସୁସ୍ଥ ଆଉ ସୁରକ୍ଷିତ ରେ ଅଛନ୍ତି, ଏଣୁ ଏହି ଭଳି ସେବା କାର୍ଯ୍ୟ ପାଇଁ ସମସ୍ତ ଭାଇ ଭଉଣୀ ମାନଙ୍କୁ ଫୁଲ ପୁଷ୍ପ ଦୁବ ବରକୋଳି ଚାଉଳ ହୁଳହୁଳି ଦେଇ ବନ୍ଦାପନା କରିବା ସହ ଉତ୍ତରିୟ ଦେଇ “କୋଭିଡ ଯୋଦ୍ଧା” ଭାବେ ସଂମାନିତ କରାଯାଇଥିଲା, ଆଜିର ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ ରକ୍ତ ଭଣ୍ଡାର ମୁଖ୍ୟ ପରମାନନ୍ଦ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି ନିୟୁଜ ୧୮ ଆଶିଷ ରଞ୍ଜନ ଶତପଥୀ, ଦେବାନନ୍ଦ ସାହୁ ଝରକା ନିୟୁଜ, ଶୁଭମ ପାଣି ୱେବ ମିଡିଆ, ପ୍ରମୁଖ ସାମିଲ ହୋଇଥିଲେ