ଗେଙ୍ଗୁଟିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବସୁଲେଇ ଠାରେ ଗେଙ୍ଗୁଟିଆ ଗ୍ରାମବାସୀଙ୍କ ପକ୍ଷରୁ ବୃକ୍ଷ ରୋପଣ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପରଜଙ୍ଗ: ୦୪-୦୮, ଆଜି ଗେଙ୍ଗୁଟିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବସୁଲେଇ ଠାରେ ଗେଙ୍ଗୁଟିଆ ଗ୍ରାମବାସୀ ଙ୍କ ପକ୍ଷରୁ ବୃକ୍ଷ ରୋପଣ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଢେଙ୍କାନାଳ ଜିଲ୍ଲାର ଲୋକପ୍ରିୟ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ସମ୍ମାନିତ ଅତିଥି ମହାବିରୋଡ଼ ବନ ଅଧିକାରୀ ହରମୋହନ ନାୟକ, ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଯୋଗଦାନ ଦେଇ କହିଥିଲେ, ବୃକ୍ଷ ହିଁ ଜୀବନ ସବୁଜ ସୁନ୍ଦର ପରିବେଶ ପାଇଁ ଆଜିର ଦିନରେ ଆମେ ସମସ୍ତେ ଶାନ୍ତିରେ ନିଶ୍ୱାସ ନେଇ ପାରୁ ଅଛନ୍ତି, ଆମ ସମସ୍ତଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାର ନିହାତି ଆବଶ୍ୟକତା ରହିଛି ଏହା ଦ୍ୱାରା ଅକ୍ସିଜେନ ଅଭାବ ଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ,

ଏବଂ ଆମ ପରିବେଶ ସବୁବେଳେ ସବୁଜ ସୁନ୍ଦର ହୋଇ ଗଢି ଉଠିବ, ବିଶ୍ୱ ମହାମାରୀ କୋଭିଡ ପାଇଁ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଓ ସୁରକ୍ଷିତ ଜୀବନ ପାଇଁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ଥିଲା, ସ୍କୁଲ ଏବେ କିଛି ଦିନ ହେବ ଖୋଲି ଥିବାରୁ ଛାତ୍ର ଛାତ୍ରୀ ଙ୍କ ମନରେ ଖୁସିର ଲହରୀ ଦେଖିବା ପାଇଁ ମିଳୁଅଛି, ଏଣୁ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଓ ସୁରକ୍ଷିତ ଜୀବନ ପାଇଁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା, ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ପିତାମ୍ଭର ଦାସ, ଶିକ୍ଷକ ବିଜୟ କୁମାର ସାହୁ, ରବି ନାରାୟଣ ଗଡ଼ ନାୟକ, ନିରାକାର ସାହୁ, ବନୁଆଁ ସାହୁ, ସ୍କୁଲ ସଭାପତି ନରେଶ ରାଉତ, ପରିବେଷିତ ବାଉରୀ ବନ୍ଧୁ ରାଉତ, ସନ୍ତୋଷ ରାଉତ, ଭଜମନ ରାଉତ, ଅନ୍ତର୍ଯ୍ୟାମୀ ଦେହୁରୀ, ଗୋପବନ୍ଧୁ ଜେନା, ଅଜିତ କୁମାର ଜେନା, ରବୀନ୍ଦ୍ର ମହାନ୍ତି, ପିଅନ ଚୈତନ୍ୟ ରାଉତ, ତ୍ରିଲୋଚନ କାଣ୍ଡି ଏବଂ ସମସ୍ତ ଛାତ୍ର ଛାତ୍ରୀ ସାମିଲ ଥିଲେ