ରାୟଗଡା,୦୭/୦୭(ସିଦ୍ଧାର୍ଥ ଦାସ): ରାୟଗଡା ଜିଲ୍ଲା ଗୁଣୁପୁର ଭାଜପା ପକ୍ଷରୁ ଆଜି ମହାନ ରାଷ୍ଟ୍ରବାଦୀ ନେତା ତଥା ଜନ ସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଡ଼ ମୁଖାର୍ଜୀଙ୍କ ତ୍ୟାଗପୁତ ଜୀବନୀ, ସଂଘର୍ଷ, ବଳିଦାନର ଅମର ଗାଥାର ସ୍ମୃତି ଚାରଣ କରାଯାଇଥିଲା । ତାଙ୍କର ମୂଳ ଲକ୍ଷ୍ୟ ଥିଲା ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ ଓ ଗୋଟିଏ ନେତା । ଏହି ଅବସରରେ ଆଜି ଗୁଣୁପୁର ବିଜେପି ପକ୍ଷରୁ ସ୍ଥାନୀୟ ଶବର ସାଂସ୍କୃତିକ ଅନୁଷ୍ଠାନ ନିକଟରେ ବୃକ୍ଷ ରୋପଣର ଆୟୋଜନ କରାଯାଇଥିଲା। ଜିଲ୍ଲା ଉପ ସଭାପତି y ଗଣପତି ରାଓ ଡ଼. ମୁଖାର୍ଜୀଙ୍କ ତ୍ୟାଗ, କଠିନ ପରିଶ୍ରମ ଦେଶ ଭକ୍ତ,ଅବର୍ଣ୍ଣନୀୟ ବୋଲି ମତବ୍ୟକ୍ତ କରିଥିଲେ। ରାୟଗଡା ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ପ୍ରେମ ପ୍ରସାଦ ପଣ୍ଡା ଡ଼. ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଭାଜପା ଉପସଭାପତି ଶ୍ରୀ ୱାଇ. ଗଣପତି ରାଓ ଓ ଶ୍ରୀ ଉଦୟନାଥ ପାଢୀ, ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା, ଗୁଣପୁର ନଗର୍ ସଭାପତି ଶ୍ରୀ ସ୍ରିନିବାସ ସ୍ଵାଇଁ, ଜଗନ୍ନାଥପୁର୍ ମଣ୍ଡଳ ସଭାପତି ଶ୍ରୀ ପୃଥିବୀ ରାଜ ପାଢୀ, ରାଜ୍ଯ ଯୁବ ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଭ୍ଯ ଫାଲଗୁନି ଶବର, ବିଶ୍ଵ ହିନ୍ଦୁ ପରିଷଦ ର ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ଦେବ ପାତ୍ର ଓ ଜିଲ୍ଲା କମିଟି କୋଷାଧ୍ଯକ୍ଷ ଶ୍ରୀ ପି. ନାଗାରାଜୁ ଙ୍କ ସମେତ ବିଜେପି କର୍ମକର୍ତ୍ତା ଭଗବାନ ଚୌଧୁରୀ, ଅମର କୁମାର ସାହୁ, ବିଦ୍ୟାଧର ଶବର, ଜଗଦୀଶ ପଣ୍ଡା, ସନ୍ତୋଷ କୁମାର ସୁବୁଦ୍ଧି, ମୁଖୀ ଦିବାକର ଏବଂ ଅନ୍ୟନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।