କାଳୁପଡ଼ା ଘାଟ: ଟୀକାକରଣ କେନ୍ଦ୍ର କି କରୋନା ହଟସ୍ପଟ ! କାଉଖୁମ୍ପା ପଦ୍ଧତିରେ ଚାଲିଛି ଟୀକାକରଣ

କାଳୁପଡ଼ା ଘାଟ, ୨୮/୦୬(ବିନୁ ଦାସ୍) ମହାମାରୀ କରୋନା ଦ୍ଵିତୀୟ ଲହରୀ ରେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଗତବର୍ଷ ଅପେକ୍ଷା ଏବର୍ଷ ସଂକ୍ରମଣ ହାର ଯଥେଷ୍ଟ ଅଧିକ ଥିବାବେଳେ ମୃତ୍ୟୁ ହାର ମଧ୍ୟ ଢେର ଅଧିକ। ରାଜ୍ୟ ସରକାର ସଂକ୍ରମିତ ହାର ନିୟନ୍ତ୍ରଣ କରିବାକୁ ବହୁତ ପଦକ୍ଷେପ ନେଇଛନ୍ତି।କିନ୍ତୁ ଖୋଦ ସରକାରୀ କାର୍ଯ୍ୟାଳୟ ହେଉ କି ବ୍ୟାଙ୍କ ସବୁଠାରେ ଅସମ୍ଭାଳ ଭିଡ଼।କେହି କେହି କାଳିଆ ଟଙ୍କା ପାଇଁ ଅଯଥା ବ୍ୟାଙ୍କ ପରିସରରେ ଅଯଥା ଭିଡ଼ ସୃଷ୍ଟି କରୁଥିବା ବେଳେ ସବୁଠାରୁ ମାରାତ୍ମକ ରୂପ ନେଇଛି ଟିକାଦାନ କେନ୍ଦ୍ର। ସୂଚନାଯୋଗ୍ୟ କି ସରକାର ମହାଟୀକାଭିଜାନ ନାଁ ରେ ବିଗତ କିଛି ଦିନ ହେବ ଟୀକାକରଣ କୁ ଗୁରୁତ୍ୱ ଦେଇ ଅଧିକ ସଂଖ୍ୟାରେ ଟିକାଦାନ କେନ୍ଦ୍ର ଖୋଲିଛନ୍ତି । ସମ୍ପୃକ୍ତ ଟିକାଦାନ କେନ୍ଦ୍ରରେ କେଉଁଦିନ ଟୀକା ଆସୁଛି ତ ପୁଣି କେବେ ବନ୍ଦ।

ଏହିଭଳି ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଏବଂ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଟିକାଦାନ କେନ୍ଦ୍ର ରେ।ଜରିପଡା ଉପସ୍ୱାସ୍ଥ୍ୟକେନ୍ଦ୍ରରେ କେଉଁଦିନ ଟୀକା ଆସିଲେ କେବେ ଟୀକା ଆସୁନାହିଁ।କୁହୁଡି ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଦିନ ଟିକାଦାନ କରଯାଇ ଆଉ ଇଞ୍ଜେକ୍ସନ ସିରଞ୍ଜର ବି ଦେଖା ମିଳୁନି। ସେହିଭଳି ସୋରଣ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ସମଦଶା । ସରକାର ଟିକାଦାନ କେନ୍ଦ୍ର ଉଦଘାଟନ କରି ଦିନେ ଦୁଇଦିନ ମଧ୍ୟରେ ଅତିବେଶିରେ ଚାରିଶହ ଟୀକା ବି ଦିଆଯାଇନାହିଁ।

ସେହିଭଳି ଗୁରୁତ୍ୱପୂର୍ଣ୍ଣ ଜରିପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୈନିକ ହଜାର ହଜାର ଲୋକ ଟୀକା ଦେବାପାଇଁ ଭିଡ଼ ହେଉଥିଲେବି ଟୀକା କେତେବେଳେ ୧୦୦ ତ ପୁଣି ପଚାଶ ଟି ଟିକାରେ ସନ୍ତୁଷ୍ଟ ହେବାକୁ ପଡୁଛି।କିନ୍ତୁ ଦୁଃଖର କଥା ଏହିସବୁ ଟୀକାକରଣ କେନ୍ଦ୍ର ରେ ରାତି ଏକ ରୁ ଶହ ଶହ ପୁରୁଷ ମହିଳା ଧାଡିକରି ଛିଡ଼ା ହେଉଥିବା ବେଳେ ପରବର୍ତୀ ସମୟରେ ନିରାଶ ହୋଇ ଫେରୁଛନ୍ତି। କୌଣସି ପୂର୍ବ ସୂଚନା ଦିଆଯାଉନାହିଁ କି ଭିଡ଼ ନିୟନ୍ତ୍ରଣ ପାଇଁ କାଁ ଭାଁ ପୋଲିସ ପେଟ୍ରୋଲିଂ ହେଉଥିଲେବି ସବୁ ବିଫଳ।ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଛତୁ ଫୁଟିବା ଭଳି ଟିକାଦାନ କେନ୍ଦ୍ର ଖୋଲି ସାଧାରଣ ଲୋକ ପରବର୍ତ୍ତୀ ସମୟରେ ମାସ ମାସ ଧରି ଟୀକା ନଦେଇ ନିରାଶ ହୋଇ ଫେରିବା ସତେ ଯେମିତି ସରକାର ଲଲୀପପ୍ ଧରେଇ ସଂକ୍ରମଣ ବୃଦ୍ଧି କରିବାକୁ ପରୋକ୍ଷ ସହଯୋଗ କରୁଛନ୍ତି।ତୁରନ୍ତ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଯୁବ ସମାଜ ତଥା ଅଞ୍ଚଳବାସୀ ନିବେଦନ କରିଛନ୍ତି।