ଆଶ୍ଵିନ (କନ୍ୟା) ଅକ୍ଟୋବର ୩ ତାରିଖ ୨୦୨୦
ମେଷ – ଆଜି ଆପଣଙ୍କର ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ।
ବୃଷ – ପଥରୋଧ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ଆୟ ବୃଦ୍ଧି ହେବାର ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
କର୍କଟ – ଦିନଟି ସାରା କର୍ମଚଞ୍ଚଲ ରହିବେ। ସହଯୋଗ ପ୍ରାପ୍ତି ହେବ। ଆୟ ଠିକ ରହିବ।
ସିଂହ – ସେବାପୂଜା ପ୍ରତି ମନ ବଳାଇବେ। ସହଯୋଗ ପ୍ରାପ୍ତି ହୋଇପାରେ। ଆୟ ସ୍ଥିର ରହିବ।
କନ୍ୟା – ଶାରୀରିକ ଅସୁସ୍ଥତା ଦେଖାଦେବାର ସମ୍ଭାବନା ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ବନ୍ଧୁ ମିଳନ ଘଟିପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଦିନଟି ଭଲରେ କାଟିବାର ସମ୍ଭାବନା ରହିଛି।
ବିଛା – ଶତ୍ରୁ ଭୟ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ଧନୁ – ମାନହାନୀ ଘଟିପାରେ। ମନ ସାମାନ୍ୟ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
ମକର – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଶରୀର ସୁସ୍ଥ ରହିବାର ସମ୍ଭାବନା ଅଛି।
କୁମ୍ଭ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ସହଯୋଗ ମିଳିବ। ଆୟ ଭଲ ହୋଇପାରେ।
ମୀନ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।