ରାଶିଫଳ (ଶୁକ୍ରବାର) କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ଭାଦ୍ର (ସିଂହ) ଅଗଷ୍ଟ ୨୮ ତାରିଖ ୨୦୨୦
ମେଷ – ଭ୍ରମଣ ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ସହଯୋଗ ମିଳିବ।
ବୃଷ – ଶାରୀରିକ ପୀଡା ଦେଖାଦେବ। ମନ ସାମାନ୍ୟ ଅସନ୍ତୋଷ ରହିବ। ଆୟ ଠିକ ରହିବ।
ମିଥୁନ – ଲୋଭଗ୍ରସ୍ତ ହେବେ। ଆୟ ସ୍ଥିର ରହିବ। ସହଯୋଗ ମିଳିବ।
କର୍କଟ – ନୀତି ଉଲଂଘନ କରିପାରନ୍ତି। ସାହାଯ୍ୟ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ସିଂହ – ଲକ୍ଷ୍ୟଭ୍ରଷ୍ଟ ହୋଇପାରେ। ବନ୍ଧୁ ଅସହଯୋଗ କରିବେ। ମନ କିଛି ମାତ୍ରାରେ ବିଚଳିତ ରହିବ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ବଗଳାମୁଖୀ ସ୍ତ୍ରୋତ ପାଠ କରନ୍ତୁ ଲାଘବ ହେବ।
ତୁଳା – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ମା’ ଦୂର୍ଗାଙ୍କର ଦଶଗୋଟି ନାମ ଯାତ୍ରା ସମୟରେ ପାଠ କରନ୍ତୁ।
ବିଛା – ଆଳସ୍ୟ ପରାୟଣ ହେବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ସାମାନ୍ୟ କମିଯାଇ ପାରେ।
ଧନୁ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମକର – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
କୁମ୍ଭ – କର୍ମ ଚଞ୍ଚଳ ରହିବେ। ମନୋବଳ ଦୃଢ ରହିବ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ।
ମୀନ – ମନରେ ଉତ୍ସାହ ବୃଦ୍ଧି ହେବ। ଦେହ ସୁସ୍ଥ ରହିବ। ପାରିବାରିକ ସହଯୋଗ ମିଳିବ।