ରସୁଣ ଶରୀର ପାଇଁ କେତେ ଲାଭ ଦାୟକ ?

ଭାରତୀୟଙ୍କ ରୋଷେଇ ଘରେ ନିଶ୍ଚିତ ରସୁଣ ଦେଖିବାକୁ ମିଲିବ। କେବଳ ଭାରତ ନୁହେଁ, ବିଶ୍ଵରେ ମଧ୍ୟ ରହିଛି ରସୁଣର ଚାହିଦା। ରସୁଣକୁ ମସଲାରେ ବ୍ୟବହାର କରାଯାଏ । କିନ୍ତୁ ଏହାର ରହିଛି ଅନେକ ଉପକାରୀ ଗୁଣ।

* ରସୁଣକୁ କାଟିଲେ କିମ୍ବା ଛେଚିଲେ ସେଥିରୁ ବାହାରୁଥିବା ସଲ୍‌ଫର୍‌ ଶରୀର ପାଇଁ ଭଲ। ଗବେଷକମାନେ ଏହା କହିଛନ୍ତି। କାରଣ ସଲ୍‌ଫର ଆମ ଶରୀରର ଓଜନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ।

* ରସୁଣରେ କମ୍‌ କ୍ୟାଲୋରୀ ଥିବା ବେଳେ ଭିଟାମିନ୍‌ ଭରପୂର ପରିମାଣର ରହିଛି। ଯାହାକି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।

* ଏଥିରେ ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌ ବି୬, ଭିଟାମିନ୍‌ ସି, ସିଲେନିୟମ୍‌ ଓ ଫାଇବର୍‌ ‌ଆଦି ରହିଛି, ଯେଉଁ ସବୁକୁ ଆପଣଙ୍କ ଶରୀର ପାଇଁ ନିହାତି ଆବଶ୍ୟକ।

* ଥଣ୍ଡା, କାଶ ଓ କଫ ଆଦି ପାଇଁ ରସୁଣ ଔଷଧ ପରି କାମ କରିଥାଏ। ଆପଣଙ୍କର ଯଦି ଥଣ୍ଡା ଶରୀର ତେବେ ଆପଣ ଦୈନିକ ରସୁଣ ଖାଆନ୍ତୁ।

* ରସୁଣ ଖାଇବା ଦ୍ଵାରା ଭୋକ ବଢ଼ିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

* ରସୁଣରେ ଥିବା ଆକ୍ଟିଭ୍‌ କମ୍ପାଉଣ୍ଡ୍‌ ରକ୍ତଚାପ କମ୍‌ କରିଥାଏ। କେବଳ ସେତିକି ଏହାକୁ ଖାଇଲେ ହୃଦ୍‌ରୋଗ ହେବାର ବି ଖୁବ୍ କମ୍‌ ସମ୍ଭାବନା ରହିଛି।