୧. ସ୍ପଟିକ ମାଳା : ସାଧାରଣତଃ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ସ୍ପଟିକ ମାଳା ବ୍ୟବହାର କରାଯାଇଥାଏ। ସ୍ପଟିକ ବରଫ ପାହାଡରେ ବରଫ ତଳେ ଖଣ୍ଡ ଖଣ୍ଡ ଆକାରରେ ମିଳିଥାଏ। ଏହା ସିଲିକନ ଓ ଅକ୍ସିଜେନର ଏଟମ୍ସର ମିଶ୍ରଣରେ ତିଆରି ହୋଇଥାଏ ବୋଲି କୁହାଯାଏ। ଏହା ବରଫ ଭଳି ପାରଦର୍ଶୀ ଓ ଧଳା। ହାତରେ ଧରିଲେ ଏହା ଥଣ୍ଡା ଲାଗିଥାଏ। ସ୍ପଟିକ ପଞ୍ଚମୁଖୀ ବ୍ରହ୍ମାଙ୍କ ସ୍ୱରୂପ ବୋଲି କୁହାଯାଏ। ଏହାରଦେବତା କାଲାଗ୍ନୀ। ମା’ ଲକ୍ଷ୍ମୀଙ୍କ ଉପାସନାରେ ମଧ୍ୟ ସ୍ପଟିକ ମାଳା ବ୍ୟବହାର କରାଯାଇଥାଏ। କୁଣ୍ଡଳୀରେ ଶୁକ୍ର ସ୍ଥିତି ଠିକ କରିବାକୁ ସ୍ପଟିକ ମାଳା ଧାରଣ କରିବା ଉଚିତ ବୋଲି କୁହାଯାଏ। ଏହା ଏକାଗ୍ରତା, ସମ୍ପନ୍ନତା ଓ ଶାନ୍ତିର ମାଳା ବୋଲି କୁହାଯାଏ। ଏହି ମାଳା ଧାରଣ ଦ୍ୱାରା ଧନ, ସମ୍ପତ୍ତି, ରୂପ, ବଳ, ଯଶ ପ୍ରାପ୍ତ ହୋଇଥାଏ। ସ୍ପଟିକ ମାଳାରେ ମନ୍ତ୍ର ଜପ କଲେ ମନ୍ତ୍ର ଶୀଘ୍ର ସିଦ୍ଧ ହୋଇଥାଏ। ଏହାର ଭସ୍ମ ଦ୍ୱାରା ଜ୍ୱର, ପିତ୍ତ ଓ ରକ୍ତ ବ୍ୟାଧି ଦୂର ହୋଇଥାଏ।
୨. ପଦ୍ମ ମଞ୍ଜି ମାଳା : ହିନ୍ଦୁ ଧର୍ମରେ ପଦ୍ମ ଫୁଲର ଅନେକ ମହତ୍ତ୍ୱ ରହିଛି। ପଦ୍ମ ଫୁଲର ମଞ୍ଜିରେ ମାଳା ତିଆରି ହୁଏ। ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଏହି ମାଳା ଶୁଭ ବୋଲି କୁହାଯାଏ। ଏହି ମାଳାରେ ମନ୍ତ୍ର ଜପ ଦ୍ୱାରା ଧାନ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ଓ ଭୌତିକ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହି ମାଳା ଧାରଣ କଲେ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ ହୁଏ ବୋଲି କୁହାଯାଏ। ଏହି ମାଳାରେ ମା’ କାଳୀଙ୍କ ପୂଜା କଲେ ମା’ ଶୀଘ୍ର ପ୍ରସନ୍ନ ହୁଅନ୍ତି। ଏହି ମାଳାରେ ମନ୍ତ୍ର ଜପ କଲେ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ଓ ମନରେ ସକାରାତ୍ମକ ଭାବନା ସଞ୍ଚାର ହୋଇଥାଏ। ଶୁକ୍ରବାର ସକାଳୁ ସ୍ନାନ କରି ୧୦୮ ଥର ମନ୍ତ୍ର ଜପ କରି ଏହି ମାଳା ଧାରଣ କରିବା ଉଚିତ।
୩. ରୁଦ୍ରାକ୍ଷ ମାଳା : ପଦ୍ମ ପୁରାଣ ଓ ଶିବ ପୁରାଣ ଅନୁସାରେ ରୁଦ୍ରାକ୍ଷ ମାଳା ଧାରଣ କରୁଥିବା ବ୍ୟକ୍ତି ଶିବଲୋକ ପ୍ରାପ୍ତ କରିଥାନ୍ତି। ରୁଦ୍ରାକ୍ଷରେ ମନ୍ତ୍ର ଜପ କଲେ ଭଗବାନ ଶିବ, ଗାୟତ୍ରୀ ମନ୍ତ୍ର, ମା’ ଦୁର୍ଗା, ମାତା ପାର୍ବତୀ, ଗଣେଶ ଓ କାର୍ତ୍ତିକ ପ୍ରସନ୍ନ ହୋଇଥାନ୍ତି। ରୁଦ୍ରାକ୍ଷ ଧାରଣ ଦ୍ୱାରା ଏକ ସ୍ପନ୍ଦନ ହୁଏ ଯାହା ବାହ୍ୟ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ରୁଦ୍ରାକ୍ଷ ମାଳା ଧାରଣ ଦ୍ୱାରା ହୃଦ ରୋଗ ଓ ରକ୍ତଚାପରୁ ଲାଭ ମିଳିଥାଏ। ରୁଦ୍ରାକ୍ଷ ଧାରଣ କରୁଥିଲେ ରାତିରେ ଶୋଇବା ସମୟରେ ଖୋଲି ଶୋଇବା ଉଚିତ। ପ୍ରାତଃ ସ୍ନାନ କରି ପୁଣି ଧାରଣ କରିବା ଉଚିତ। ରୁଦ୍ରାକ୍ଷରେ ଦୈବିୟ ଶକ୍ତି ଥିବାରୁ ମହିଳାମାନେ ମଧ୍ୟ ଏହାକୁ ଧାରଣ କରିପାରିବେ। ମହିଳାମାନଙ୍କ ପାଇଁ ବିଶେଷକରି ଗୌରୀଶଙ୍କର ଓ ଗୌରୀଗଣେଶ ରୁଦ୍ରାକ୍ଷ ଉପଲବ୍ଧ।
୪. ତୁଳସୀ ମାଳା : ହିନ୍ଦୁ ଧର୍ମରେ ତୁଳସୀ ମାଳାକୁ ବହୁତ ପବିତ୍ର କୁହାଯାଏ। ତୁଳସୀ ମାଳା ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କ ଆତ୍ମା ଓ ଶରୀର ସୁଦ୍ଧା ହୋଇଥାଏ। ଭଗଵଂ ରାମ, ଶ୍ରୀକୃଷ୍ଣ, ସୂର୍ଯ୍ୟ ନାରାୟଣ ଓ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ ପାଇଁ ତୁଳସୀ ମାଳା ବ୍ୟବହାର କରାଯାଏ। ତୁଳସୀ ମାଳା ଧାରଣ କରିବା ଦ୍ୱାରା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
୫. ନାଲି ଚନ୍ଦନ ମାଳା : ଯେଉଁମାନଙ୍କ କୁଣ୍ଡଳୀରେ ମଙ୍ଗଳ ସ୍ଥିତି ଖରାପ ଥାଏ ସେମାନେ ଲାଲ ଚନ୍ଦନ ମାଳା ଧାରଣ କରିବା ଉଚିତ। ଲାଲ ଚନ୍ଦନ ମାଳା ଧାରଣ ଦ୍ୱାରା ମଙ୍ଗଳ ଶାନ୍ତ ରୁହନ୍ତି ଓ ଶୁଭ ଫଳ ପ୍ରଦାନ କରନ୍ତି। ଲାଲ ଚନ୍ଦନ ମାଳା ଦ୍ୱାରା ମା’ ଦୁର୍ଗାଙ୍କ ବୀଜ ମନ୍ତ୍ର ଜପ କଲେ ଶତ୍ରୁ ନାଶ ହୋଇଥାଏ।